ଗୋଟିଏ ବାଇକ୍‌ରେ ବସିଥିଲେ ୪; ୩ ଜଣଙ୍କ ମୃତ୍ୟୁ

ମାଲକାନଗିରି: ବିପଦକୁ ବରଣ କରି ମରଣ ଡାକିଆଣିଲେ। ମାଲ୍‌କାନଗିରିରେ ଗୋଟିଏ ବାଇକ୍‌ରେ ୪ ଜଣ ଯିବା ବେଳେ ଗଛରେ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ଜଣେ ଗୁରୁତର ହୋଇଛନ୍ତି।  ମାଲ୍‌କାନଗିରି ଜିଲ୍ଲା MV ୧୬ ନମ୍ବର ଛକରେ ଏହି ମର୍ମନ୍ତୁଦ ଶଡ଼କ ଦୁର୍ଘଟଣା ଘଟିଛି।

୨ ଜଣ ମହିଳାଙ୍କୁ ମିଶାଇ ବାଇକରେ ମୋଟ ୪ ଜଣ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗାଡ଼ିଟି ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ମାଲକାନଗିରି ମେଡିକାରେ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

ସେପଟେ ମୟୂରଭଞ୍ଜ ଜିଲ୍ଲା ହାତିବାରୀରେ ଯାତ୍ରୀବାହୀ ବସ୍ ଓଲଟି ୨୫ ଆହତ ହୋଇଥିବା ବେଳେ ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବସ୍‌ଟି ୫୦ ଜଣ ଯାତ୍ରୀଙ୍କୁ ନେଇ ରାଇରଙ୍ଗପୁରରୁ ବାରିପଦା ଯାଉଥିବାବେଳେ ହାତିବାରୀ ପାଖରେ ଓଲଟି ପଡ଼ିଥିଲା। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କରିଥିଲେ।

You might also like