ବନ୍ଦ କୋଠରୀରୁ ମିଳିଲା ମା’, ଝିଅଙ୍କ ଶବ, ଜଙ୍ଗଲରୁ ମିଳିଲା ବାପାଙ୍କ ମୃତଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳରେ ଚାଞ୍ଚଲ୍ୟଘର ଘଟଣା ଘଟି ଯାଇଛି।  ଗୋଟିଏ ପରିବାରର ୩ବର୍ଷ ଝିଅ ସମେତ ୩ ଜଣ ସଦସ୍ୟଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି।  ଏହି ଘଟଣା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଏହି ପରିବାର କୋଇଡାର ମସଜିଦ୍ ଗଳିରେ ଏକ ଭଡ଼ା ଘରେ ରହୁଥିଲେ। ବନ୍ଦ ଘରୁ ମା’ ଓ ୩ ବର୍ଷର ଝିଅର ମୃତଦେହ ଉଦ୍ଧାର କରାଯାଇଛି। ତେବେ ନିକଟସ୍ଥ ଜଙ୍ଗଲରୁ ବାପାଙ୍କର ମୃତଦେହ ଉଦ୍ଧାର ହୋଇଛି।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଘର ମାଲିକଙ୍କୁ ପୋଲିସ ପଚରା ଉଚରା କରୁଛି ।

You might also like