ଷ୍ଟେସନ ନିକଟରୁ ମିଳିଲା ବାପ, ପୁଅ, ଝିଅଙ୍କ ମୃତଦେହ

ଜୟପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଳଷ୍ଟେଶନ ନିକଟରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା।  ଲକ୍ଷ୍ମୀପୁର ଥାନା ସିଙ୍ଗାରାମ ଷ୍ଟେସନ ନିକଟସ୍ଥ ଟ୍ରାକରୁ ବାପା, ପୁଅ ଓ ଝିଅର ମୃତଦେହ ଉଦ୍ଧାର କରାଯାଇଛି।

ମୃତକମାନେ ସମସ୍ତେ ସ୍ଥାନୀୟ ପୁଡିପାରି ଗାଁର। ଲକ୍ଷ୍ମୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି। ତେବେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ।

ଏହି ଘଟଣାକୁ ନେଇ ଶୋକର ଛାୟା ଖେଳି ଯାଇଛି।

 

You might also like