TPSL କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ବିସ୍ଫୋରଣ; ପୋଡ଼ିହୋଇ ୭ ଗୁରୁତର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡାରେ ଥିବା TPSL କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ବିସ୍ଫୋରଣ ଘଟି ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। କାରଖାନାର ଦ୍ୱିତୀୟ ମହଲାରେ ଥିବା ଫର୍ଣ୍ଣେସ୍‌ରେ ବିସ୍ଫୋରଣ ଯୋଗୁ ନିଆଁ ଛିଟିକି ପଡ଼ିଥିଲା। ସେଠାରୁ କାମ କରୁଥିବା ଶ୍ରମିକଙ୍କ ଉପରେ ନିଆଁ ଛିଟିକ ପଡ଼ିବାରୁ ୭ ଜଣ ଗୁରୁତର ଭାବେ ପୋଡ଼ି ହୋଇଯାଇଛନ୍ତି।

ସମସ୍ତ ଆହତଙ୍କୁ ପ୍ରଥମେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ ରାଉରକେଲା IGH ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। କାରଖାନାରେ ଲୁହା ତରଳାଇବା ପାଇଁ ବ୍ୟବହୃତ ବ୍ଲାଷ୍ଚ ଫର୍ଣ୍ଣେସ୍‌ରେ ବିସ୍ଫୋରଣ ହେବାରୁ ଏହି ଅଘଟଣ ଘଟିଛି।

 

You might also like