ମର୍ମନ୍ତୁଦ ଦୁର୍ଘଟଣାରେ ୩ ମୃତ, ୫ ଅାହତ

କଟକ: କଟକ-ପାରାଦୀପ ରାସ୍ତାର ପଥୁରିଆଗଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ଅାହତ ହୋଇଛନ୍ତି।

ଦ୍ରୁତ ଗତିରେ ଯାଉଥିବା କାର୍‌ଟି ସ୍କୁଟିକୁ ଧକ୍କା ଦେଇ କାରଟି ଓଲଡି ପଡ଼ିଥିଲା। ଘଟଣାସ୍ଥଳରେ ସ୍କୁଟିରେ ଯାଉଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିବା ସହ କାର୍‌ରେ ଥିବା ୫ ଜଣ ଅାହତ ହୋଇଛନ୍ତି।

ଅାହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଟକ ପାରାଦୀପ ରାସ୍ତାରେ ଦୁର୍ଘଟଣା ବୃଦ୍ଧି ଚିନ୍ତାର କାରଣ ହୋଇଛି।

You might also like