• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ଭୁବନେଶ୍ୱରରେ ଆରମ୍ଭ ହେଉଛି ତିନି ଦିନିଆ IPS ସମ୍ମିଳନୀ।  ବିଭିନ୍ନ ଜିଲ୍ଲାର SP, DCP, IGP ଓ DIGମାନେ ଏଥିରେ ଯୋଗ ଦେଇଛନ୍ତି।

ଆଜି ପ୍ରଥମ ଦିନରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦ୍‌ବୋଧନ ରଖିଛନ୍ତି।  ନକ୍ସଲ ଦମନ ପାଇଁ ରାଜ୍ୟ ପୁଲିସ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି। ଗତ ବର୍ଷ ରାଜ୍ୟ ପୁଲିସ ପକ୍ଷରୁ ୨୫ଟି ମାଓ ଏନ୍‌କାଉଣ୍ଟର କରାଯାଉଛି।  ଯେଉଁଥିରେ ୧୯ଟିରେ ପୁଲିସକୁ ସଫଳତା ମିଳିଥିବା ପୁଲିସ ଡିଜି କହିଛନ୍ତି।

ଆଗାମୀ ଦିନରେ ପୁଲିସ ମାଓ ଦମନ ଦିଗରେ ଅଧିକ ସକ୍ରିୟ ହେବ ରାଜ୍ୟ ପୁଲିସ। ଏହାସହ ଆସନ୍ତା କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ ହେବ।  ତେଣୁ ଏହାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ପୁଲିସକୁ ସ୍ୱତନ୍ତ୍ର ତାଲିମ୍‌ ଦିଆଯିବ। ନିର୍ବାଚନ ଅଧିକାରୀଙ୍କ ସହ ଜିଲ୍ଲା ଏସ୍‌ପି ଏନେଇ ଆଲୋଚନା କରିବେ।ସେହିପରି ମହିଳା ଓ ଶିଶୁଙ୍କ ସୁରକ୍ଷା ଦିଗକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଡିଜି କହିଛନ୍ତି। ଏହାଛଡ଼ା ବିଗତ ଦିନ ମାନଙ୍କରେ ନୂଆ ଆଇପିଏସ୍ ଅଧିକାରୀ ଭଲ କାମ କରିଥିବାରୁ ତାଙ୍କୁ ଉତ୍ସାହିତ କରିଛନ୍ତି। ଉଲ୍ଲେଖନୀୟ କାମ ପାଇଁ ଯୁବ ଆଇପିଏସ୍‌ଙ୍କୁ ଗୁରୁ ଦାୟିତ୍ୱ ଦିଆଯିବ ବୋଲି ଡିଜି କହିଛନ୍ତି।

ଆଜିର ଏହି ବୈଠକରେ ଆର୍ମଡ ପୁଲିସ ବାଟାଲିୟନର କମାଣ୍ଡାଣ୍ଟଙ୍କ ସହ ହୋମଗାର୍ଡ, ଅଗ୍ନିଶମ, ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ଯୋଗ ଦେଇଛନ୍ତି।

3-day-ips-officers-conference-in-bhubaneswar-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories