ରେଭେନ୍ସାରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ପିଜି କାଉନସିଲ୍ ଚେୟାରମ୍ୟାନ୍ ସ୍ମୃତିପ୍ରଭା ଦାସ ସୂଚନା ଦେଇଛନ୍ତି। ୩ ଜଣଙ୍କ ମଧ୍ୟରେ ୨ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ ଅଛନ୍ତି। ସେ କହିଛନ୍ତି ଯେ ଏବେ ପାଠ ପଢ଼ା ଜାରି ରହିବ। ଅଫ୍‌ଲାଇନ୍‌ରେ ନ ହେଲେ ବି ଅନ୍‌ଲାଇନ୍‌ରେ ହେବ। ତେବେ ରେଭେନ୍ସା ଇନଚାର୍ଜ କୁଳପତି ଅପରାଜିତା ଚୌଧୁରୀଙ୍କ ସୂଚନା ଅନୁସାରେ ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ୱବିଦ୍ୟାଳୟର ପରୀକ୍ଷା ବନ୍ଦ କରାଯାଇଛି। ବାହାର ଲୋକଙ୍କୁ ରେଭେନ୍ସା କ୍ୟାମ୍ପସ ଭିତରକୁ ପ୍ରବେଶ ନିଷେଧ କରାଯାଇଛି। 

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ବଢିବାରେ ଲାଗିଛି। ବିଶେଷ କରି ଶିକ୍ଷାନୁଷ୍ଠାନ ଗୁଡିକରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପ୍ରଥମେ ଭୁବନେଶ୍ୱରସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ XIMBରେ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପରେ କେନ୍ଦ୍ରୀୟ ବିଦ୍ୟାଳୟ, ନିଟ୍‌ରୁ କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି।

ରାଉଲକେଲା ସ୍ଥିତ NIT କ୍ୟାମ୍ପସରେ ଯେଭଳି ସଂକ୍ରମଣ ଆହୁରି ନ ବ୍ୟାପିବ ସେ ନେଇ ପଦକ୍ଷେପ ନିଆଯାଉଥିବା  ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ଜିଲ୍ଲାରେ ଗତ ୩ ଦିନ ହେଲା କରୋନା ପଜିଟିଭଙ୍କ ସଂଖ୍ୟା ୨୦ ଉପରେ ରହିଥିବାବେଳେ ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୭ କୋରନା ପଜିଟିଭ ବାହାରିଛନ୍ତି I

You might also like