କରୋନା ଆକ୍ରାନ୍ତ ହେବା ପୂର୍ବରୁ ମଗାଇଥିଲେ ଅନ୍‌ଲାଇନ ପାର୍ସଲ

ବରଗଡ଼: ଅନ୍‌ ଲାଇନ୍‌ରେ ମଗାଇଥିଲେ ଜିନିଷ। ଘରେ ପହଞ୍ଚିଲା ପାର୍ସଲ। କିଛି ଦିନ ପରେ ଜଣାପଡ଼ିଲା ସେ କରୋନା ଆକ୍ରାନ୍ତ। ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକରେ ପାର୍ସଲରୁ କରୋନା ଭାଇରସ ଆସିଥିବା ସନ୍ଦେହ କରାଯାଉଛି।

ପଦ୍ମପୁର ବ୍ଲକରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛନ୍ତି ୩ କରୋନା ରୋଗୀ। ଏକାଥରକେ ୩ କରୋନା ରୋଗୀ ଚିହ୍ନଟ ହେବା ପରେ ଅଞ୍ଚଳବାସୀଙ୍କ ଚିନ୍ତା ବଢି ଯାଇଥିଲା।  ତେବେ  ସେମାନଙ୍କ ମଧ୍ୟରେ ଥିବା ଜଣେ ସ୍ଥାନୀୟ ଲୋକ କେମିତି ସଂକ୍ରମିତ ହେଲେ ସେନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।

ଏହି ବ୍ୟକ୍ତି ଜଣକ ଅସୁସ୍ଥ ହେବା କିଛି ଦିନ ପୂର୍ବରୁ ଏକ ଅନଲାଇନରେ ମଗାଇଥିବା ପାର୍ସଲ୍ ଗ୍ରହଣ କରିଥିଲେ। ଏହି ପାର୍ସଲରୁ କରୋନା ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି। ଏହା ଜଣାପଡ଼ିବା ପରେ ପଦ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପାର୍ସଲ୍ ଅଫିସ୍‌କୁ ବନ୍ଦ କରାଯିବା ସହ କ୍ୱାରେଣ୍ଟିନ ସେଣ୍ଟର କର୍ମଚାରୀଙ୍କୁ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ କନ୍ଦାଡଙ୍ଗର ସରପଞ୍ଚ, ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି । ସରଗୁଲ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯିବା ସହ ଅଗ୍ନିଶମ ବିଭାଗ ଅଞ୍ଚଳକୁ ସାନିଟାଇଜ କରିଛି ।

ଆହୁରି ପଢ଼ନ୍ତୁ

You might also like