ପୁରୀ ବସ୍‌ଷ୍ଟାଣ୍ଡରେ ଜଳିଗଲା ୩ଟି ବସ୍

ପୁରୀ: ପୁରୀ ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୩ଟି ବସ୍। ଆଜି ସନ୍ଧ୍ୟାରେ ବସଷ୍ଟାଣ୍ଡରେ ଥିବା ୩ଟି ବସ୍‌ରେ ନିଆ ଲାଗିଯାଇଥିଲା। ତେବେ ବସ୍‌ରେ ଯାତ୍ରୀ ନ ଥିବା ଜଣାପଡିଛି। ବସ୍ ତିନିଟି ଛିଡ଼ା ହୋଇଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା। ପ୍ରଥମେ ଗୋଟିଏ ବସ୍‌ରେ ନିଆଁ ଲାଗିବା ପରେ ଦୁଇ ପାର୍ଶ୍ୱରେ ଛିଡ଼ା ହୋଇଥିବା ଅନ୍ୟ ୨ଟି ବସକୁ ଏହା ବ୍ୟାପିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ଆସି ନିଆଁକୁ ଲିଭାଇଥିଲେ। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ିନି।

You might also like