ଷଣ୍ଢ ଉପରେ ଚଢ଼ିଗଲା ଟ୍ରକ୍

ସୋର: ଷଣ୍ଢ ଉପରେ ଚଢ଼ିଗଲା ପଥର ବୋଝେଇ ଟ୍ରକ୍‌। ରାସ୍ତା ଉପରେ ଶୋଇଥିବା ବେଳେ ଏକ ପଥର ବୋଝେଇ ଟ୍ରକ୍‌ ଚଢ଼ି ଯିବାରୁ ୩ଟି ଷଣ୍ଢଙ୍କ ମୃତ୍ୟୁ ହୋଇଛି।

ଏହାକୁ ନେଇ ବାଲେଶ୍ୱର ଜିଲ୍ଲା ସୋରର ବାଗୁଡି ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ବାଗୁଡି ଅଞ୍ଚଳରେ ପଥର ଖାଦାନ ଥିବାରୁ ପ୍ରତିଦିନ ଶହ ଶହ ଟ୍ରକ୍‌ ଏହି ରାସ୍ତାରେ ଯାତାୟତ କରିଥାଏ।

ଆଜି ସକାଳେ ରାସ୍ତା ପାର୍ଶ୍ୱରେ ୩ଟି ଷଣ୍ଢ ଶୋଇଥିବା ବେଳେ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ଚଢି ଯାଇଥିଲା। ଫଳରେ୩ଟି ଷଣ୍ଢଙ୍କ ମୃତ୍ୟୁ ଘଟିଛି। ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନାକୁ ଦାୟୀ କରି ସ୍ଥାନୀୟ ଲୋକ ଟ୍ରକ୍‌କୁ ଅଟକାଇବା ସହ ରାସ୍ତା ରୋକ କରିଥିଲେ। ଫଳରେ ଘଟଣାସ୍ଥଳରେ କିଛି ସମୟ ପର୍ଯ୍ୟନ୍ତ ବହୁ ଯାନବାହନ ଅଟକି ରହିଥିଲା।

You might also like