କଟକ: ଏସ୍ସିବି ମେଡିକାଲରେ ୩ଟି ଶିଶୁକନ୍ୟାକୁ ମହିଳା ଜନ୍ମ ଦେଇଛନ୍ତି। ଯାଜପୁର ବିଞ୍ଝାରପୁର ଅଞ୍ଚଳର ଜଣେ ମହିଳା ୧୦ ଦିନ ତଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେ ଏକାସଙ୍ଗେ ୩ ଶିଶୁକନ୍ୟା ଜନ୍ମ ଦେଇଛନ୍ତି।
ମାଆ ଓ ଶିଶୁଙ୍କ ଅବସ୍ଥା ସୁସ୍ଥ ରହିଛି। ଏକାସଙ୍ଗେ ୩ଟି ଶିଶୁକନ୍ୟାକୁ ପାଇ ଘର ଲୋକେ ବେଶ ଖୁସି ଅଛନ୍ତି। ତେବେ ଲକ୍ଡାଉନ୍ ଚାଲିଥିବାରୁ ତାଙ୍କୁ ମେଡିକାଲ୍ରେ ହିଁ କିଛି ଦିନ ଅପେକ୍ଷା କରିବାକୁ ପଡ଼ିଥିଲା।
ସ୍ୱାମୀ ପାଖରେ ନଥିବାରୁ ମହିଳାଙ୍କ ପରିବାରଲୋକେ ତାଙ୍କୁ ମେଡିକାଲ୍ରୁ ଆଜି ନେଇ ଯାଜପୁର ଘରକୁ ଯାଇଛନ୍ତି।