କଟକ: ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ୩ ସହଯୋଗୀ ଗିରଫ। କଟକ ବାଦାମବାଡି ଅଂଚଳରେ ଜମି କିଣିଥିବା ଜଣେ ବ୍ୟକ୍ତିଙ୍କୁ ଧମକ ଦେଇ ୨ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ଗିରଫ କରିଛି ବାଦାମବାଡି ଥାନା ପୋଲିସ। ଗିରଫ ୩ ଅଭିଯୁକ୍ତ ସକିଲର ସହଯୋଗୀ ଏବଂ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଡକାୟତି ଓ ରାହାଜାନୀ କେସ୍ ରହିଛି।
ଗିରଫ ଅଭିଯୁକ୍ତ ହେଲେ ୱାସିମ୍ ଖାନ୍, ରାଜେଶ ଏବଂ ମହମ୍ମଦ ଶାହାଜାହାନ୍। ଏମାନଙ୍କଠାରୁ ୪ଟି ମୋବାଇଲ୍ ଏବଂ ୧୦ ହଜାର ଟଙ୍କା ଜବତ କରାଯାଇଛି।
ବାଦାମବାଡି ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଭାବେ ଚଢଉ କରି ଏମାନଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ।