ଦାଦାବଟି ନ ଦେବାରୁ ଢାବା ମାଲିକଙ୍କୁ ଆକ୍ରମଣ ଅଭିଯୋଗ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଷଣ୍ଢଗାଁ ନିକଟରେ ଥିବା ଏକ ଢାବା ମାଲିକଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି। ଏଥିସହ ସେମାନେ ବ୍ୟବହାର କରିଥିବା ବୋଲେରୋ ଗାଡ଼ିକୁ ମଧ୍ୟ ପୁଲିସ୍‌ ଜବତ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଜ୍ୟୋତିରଞ୍ଜନ ପଟ୍ଟନାୟକ, ଚିତ୍ତରଞ୍ଜନ ନାୟକ ଓ ଶେଷନ ନାଏକ।  ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି।

ଅଭିଯୋଗ ଅନୁସାରେ ମାସିକ ୧୦ ହଜାର ଟଙ୍କା ଦାଦାବଟି ଦେବାକୁ ରାଜି ନ ହେବାରୁ ୪ ଜଣ ଦୁର୍ବୃତ୍ତ ଢାବା ମାଲିକଙ୍କୁ ଆକ୍ରମଣ କରିଥିଲେ। ଏନେଇ ତାଳଚେର ପୁଲିସ୍‌ ତନାଘନା କରି ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ତେବେ ଫେରାର ଥିବା ଅଭିଯୁକ୍ତକୁ ଗିରଫ କରିବା ଲାଗି ପୁଲିସ୍‌ ଉଦ୍ୟମ ଜାରି ରଖିଛି।

 

You might also like