୧୦୦ ଟଙ୍କିଆ ଜାଲ୍‌ନୋଟ୍‌ ଜବତ୍‌

ବାଲେଶ୍ୱର: ବାଲେଶ୍ୱରରେ ୩ ଜଣ ବ୍ୟକ୍ତିଙ୍କ ଠାରୁ ୫ଟି ଜାଲନୋଟ ସହଦେବଖୁଣ୍ଟା ପୁଲିସ୍‌ ଜବତ କରିଛି। ଏହି ୩ ଜଣ ବ୍ୟକ୍ତି ଝାଡ଼ଖଣ୍ଡରୁ ଆସି ରେମୁଣା ଯିବାକୁ ଏକ ଅଟୋକୁ ପଚାରିଥିଲେ।   ଏହାପରେ ସେମାନେ ଅଟୋ ଚାଳକଙ୍କୁ ୩ଟି ଶହେ ଟଙ୍କିଆ ନୋଟ୍ ଦେଇଥିଲେ।

ନୋଟ୍‌କୁ ନେଇ ଅଟୋ ଚାଳକଙ୍କ ସନ୍ଦେହ ହେବାକୁ ସେ ସ୍ଥାନୀୟ ଲୋକଙ୍କୁ ଏକାଠି କରିଥିଲେ।  ଏହାପରେ ସମସ୍ତ ୩ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସହଦେବଖୁଣ୍ଟା ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ୍‌ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।

You might also like