ବିଦ୍ୟୁତ୍‌ ତାର ଚୋରି ଅଭିଯୋଗରେ ୩ ଗିରଫ

ଗଜପତି  : ବିଦ୍ୟୁତ୍‌ ତାର ଚୋରି ଅଭିଯୋଗରେ ୩ଜଣଙ୍କୁ ଗିରଫ କରିବା ସହ ଏକ ଅଟୋ ଜବତ କରିଛି ଗଜପତି ଜିଲ୍ଲା ମୋହନା ପୁଲିସ୍‌। ଗିରଫ ଅଭିଯୁକ୍ତ ହେଲେ ଗୋବିନ୍ଦପୁର ଗ୍ରାମର ନାରାୟଣ କାର୍ଯ୍ୟୀ, ନିରଞ୍ଜନ ମଲ୍ଲିକ ଓ ଚାନ୍ଦିପୁଟଗାଁର ସୁରେନ୍ଦ୍ର ଗୌଡ଼ ୨୦୧୮ ଅଗଷ୍ଟ ମାସରେ ବିଯୁକ୍ତ ମାନେ ଏହି ତାର ଚୋରି କରି ଜଙ୍ଗଲରେ ଲୁଚାଇ ରଖିଥିଲେ।

ଏହି ତାର ଚାନ୍ଦିପୁଟ କଲେଜ ପଛପଟୁ ଚୋରି ହେବା ପରେ ଏନେଇ  ଠିକାଦର ଚାନ୍ଦିପୁଟ ଥାନାରେ ଅଭିଯୋଗ କରିଥିଲେ। ଆଜି ଭୋର୍‌ରୁ ଏକ ଅଟୋ ଯୋଗେ ଚୋରମାନେ ତାରକୁ ଗୋବିନ୍ଦପୁର ନେଉଥିବା ବେଳେ ମୋହନା ପୁଲିସ୍ ଅଟୋ ଡ୍ରାଇଭରଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

You might also like