କଟକ କେଶରପୁର ବୋମାମାଡ଼ ଘଟଣାରେ ଧରା ପଡ଼ିଲେ ଅଭିଯୁକ୍ତ

୩ ଅଭିଯୁକ୍ତ ଗିରଫ, ଗୋଟିଏ ବାଇକ ଜବତ

କଟକ : କଟକ କେଶରପୁର ବୋମାମାଡ଼ ଘଟଣାରେ ଧରା ପଡ଼ିଲେ ଅଭିଯୁକ୍ତ। ୩ ଅଭିଯୁକ୍ତକୁ ଗିରଫ କଲା ପୁରୀଘାଟ ପୁଲିସ। ତାଙ୍କ ଠାରୁ ଗୋଟିଏ ଗୋଟିଏ ବାଇକ୍‌ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଶେଖ୍ ସୋନୁ, ଶେଖ ଆସ୍ରଫ ଓ ମିର ଆଫ୍ରଜ ଅଲ୍ଳୀ।

କେଶରପୁର ଅଂଚଳର ଜଣେ ବ୍ୟକ୍ତିଙ୍କ ଘର ତିଆରି ପୂର୍ବରୁ ୨ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ହେଲେ ସଂପୃକ୍ତ ବ୍ୟକ୍ତି ବଟି ନ ଦେବାରୁ ତାଙ୍କ ଘର ଉପରକୁ ବୋମାମାଡ଼ କରି ଏମାନେ ଫେରାର ହୋଇ ଯାଇଥିଲେ। ତେବେ ଘଟଣାରେ ଆଉ ୨ ଜଣ ଅଭିଯୁକ୍ତ ଫେରାର ଥିବା ପୁଲିସ କହିଛି।

You might also like