ସିନେମା ହଲ୍‌ରେ ସାମ୍ବାଦିକଙ୍କୁ ମାଡ଼ ଘଟଣା : ୩ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୁଲିସ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ସିନେମା ହଲ୍‌ରେ ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୁଲିସ୍‌।  ଅଭିଯୁକ୍ତମାନେ ୟୁନିଭର୍‌ସିଟି ଲ’ କଲେଜର ଛାତ୍ର ବୋଲି ଜଣାପଡ଼ିଛି।

ଶନିବାର ଦିନ ଗଣମାଧ୍ୟମ ପ୍ରତିନିଧି କପିଳେନ୍ଦ୍ର ପ୍ରଧାନଙ୍କୁ ଆକ୍ରମଣ ଅଭିଯୋଗ ହୋଇଥିଲା। ମହିଳାଙ୍କୁ କେତେକ ଯୁବକ ଅଶ୍ଳୀଳ କମେଣ୍ଟ କରୁଥିବାର ଦେଖି ପ୍ରତିବାଦ କରିବାରୁ ସେହି ଯୁବକମାନେ ମାଡ଼ ମାରିଥିବା ଅଭିଯୋଗ କରିଥିଲେ କପିଳେନ୍ଦ୍ର।

ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ପୁଲିସ ଡିଜିଙ୍କୁ ମଧ୍ୟ ଭେଟିଥିଲା ସାମ୍ବାଦିକ ସୁରକ୍ଷା ମଞ୍ଚ। ଘଟଣାର ତଦନ୍ତ ଦାୟିତ୍ୱ ଭୁବନେଶ୍ୱର ଡିସିପିଙ୍କ ଅଧୀନରେ ଜଣେ ଦକ୍ଷ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଡିଜିପି।

ତା ସହିତ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ରାଜ୍ୟର ସବୁ ସିନେମା ହଲ୍ ମାଲିକଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଥିଲେ।

You might also like