ପରେଡ ଦେଖି ଫେରୁଥିବା ବେଳେ ଦୁର୍ଘଟଣା : ୨ ଛାତ୍ର ମୃତ

ରାଉରକେଲା  : ପରେଡ ଦେଖି ଫେରୁଥିବା ବେଳେ ଗଲା ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ସାରନଗରୀରେ। ମୃତ ଦୁଇ ଜଣ ହେଲେ ରାଉରକେଲା ଇସ୍ପାତ ଇଂଲିଶ ମିଡିୟମ୍ ସ୍କୁଲର ଛାତ୍ର ହରିଶ ଚନ୍ଦ୍ର ମୁର୍ମୁ ଏବଂ ସୌମ୍ୟ ରଞ୍ଜନ ପାତ୍ର।

ଆଜି ଦୁହେଁ ପରେଡ ଦେଖି ଫେରୁଥିବା ବେଳେ ସାରନଗରୀରେ ଏକ ଟାଟା ଏସି ଗାଡି ଦୁଇ ଜଣଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣ ପ୍ରାଣ ହରାଇଥିଲେ। ଦୁର୍ଘଟଣା ପରେ ଡ୍ରାଇଭର ଗାଡ଼ି ଛାଡି ଫେରାର୍ ହୋଇଯାଇଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

 

You might also like