ଟ୍ରକ ଧକ୍କାରେ ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଧର୍ମଗଡ଼: ଛତିଶଗଡ଼ ମହାସମୁନ୍ଦରେ ଟ୍ରକ ଚାପାରେ ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକର ବୈଷ୍ଣବ ପୁଟେଲ ଏବଂ ଭୁପିନ୍ଦର ପୁଟେଲ।
ଏହି ଦୁଇ ଶ୍ରମିକ ମୁମ୍ବାଇରୁ ଟ୍ରକରେ ଆସି ଛତିଶଗଡ଼ର ମହାସମୁନ୍ଦରେ ପହଞ୍ଚିଥିଲେ। ରାସ୍ତା ପାର ହେବା ବେଳେ ଗତ ରାତିରେ ସେମାନଙ୍କ ଉପରେ ଏକ ଟ୍ରକ ମାଡ଼ି ଯାଇଥିଲା। ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି।

ଦୁର୍ଘଟଣା ଘଟାଇବା ପରେ ଫେରାର ହୋଇ ଯାଇଛି ଟ୍ରକ ଡ୍ରାଇଭର। ମହାସମୁନ୍ଦ ପୋଲିସ ମୃତଦେହ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି।

ସଡ଼କ ଦୁର୍ଘଟଣାରେ ଦେଶର ବିଭିନ୍ନ ସ୍ଥାନରେ ପ୍ରବାସୀଙ୍କର ମୃତ୍ୟୁ ହୋଇଛି। ୧୪ର ତାରିଖ ଭୋର୍‌ ୩ ସମୟରେ ଉତ୍ତର ପ୍ରଦେଶର ଔରେୟା ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ୨୫ ଜଣ ପ୍ରବାସୀଙ୍କ ପ୍ରାଣଯାଇଥିଲା। ଦୁଇ ଟ୍ରିକ୍‌ ମୁହଁମୁହିଁ ଧକ୍କା ହେବାରୁ ଏଭଳି ଘଟିଥିଲା।

ସେହିଭଳି କିଛିଦିନ ତଳେ ମହାରାଷ୍ଟ୍ରର ଔରଙ୍ଗାବାଦରେ ମଧ୍ୟ ଥକି ପଡ଼ିଥିବା ୧୫ ପ୍ରବାସୀଙ୍କ ଉପରେ ମାଡ଼ିଯାଇଥିଲା ମଲ୍‌ବାହୀ ଟ୍ରେନ୍‌। ୧୪ ଜଣ ପ୍ରାଣ ହରାଇଥିଲେ। ବିହାରରେ ମଧ୍ୟ ସଡ଼କ ଦୁର୍ଘଟଣାରେ ବ୍ରବାସୀଙ୍କର ମୃତ୍ୟୁ ହୋଇଥିଲା।

ତେବେ ଏହିସବୁ ଘଟଣାକୁ ବିଚାର କରି ଶ୍ରମିକଙ୍କୁ ବେଆଇନ୍‌ ଭାବ ଆସିବାକୁ ନଦେବାକୁ ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ଡିଜି ଅଭୟ ମଧ୍ୟ ଲୋକଙ୍କ ପାଦରେ ଚାଲି ଚାଲି ଆସିବାକୁ ଦିଆଯିବ  ନାହିଁ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

Coronavirus Odisha News: ଦିନକରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

You might also like