କାଲିଠୁ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର: କାଲିଠାରୁ ଆରମ୍ଭ ହେବ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ। RMRCର ଟେକ୍ନିକାଲ ଓ BMCର ପ୍ରଶାସନିକ ଅଧିକାରୀ ମିଳିତ ସର୍ଭେ କରିବେ। BMCର ୨୫ଟି ୱାର୍ଡରେ ଦ୍ୱିତୀୟ ପଯର୍ୟାୟ ସେରୋ ସର୍ଭେ କରିବେ ୫ଟି ଟିମ୍। ୨ଟି ଗ୍ରୁପ କମ୍ୟୁନିଟିି ଓ ହାଇ ରିସ୍କ ବ୍ୟକ୍ତିଙ୍କର ସେରୋ ସର୍ଭେ ହେବ। ପ୍ରଥମ ଦୁଇ ଦିନରେ ୧୫ ଶହ ସାମ୍ପଲ୍ ସଂଗ୍ରହ ଲକ୍ଷ୍ୟ ନେଇ BMC ସୂଚନା ଦେଇଛି।

ପ୍ରଥମ ପର୍ଯ୍ୟାୟରେ କମ୍ୟୁନିଟି ସେରୋ ସର୍ଭେଲାନ୍ସରେ ହାଇ ରିସ୍କ କମ୍ୟୁନିଟିର ସର୍ଭେଲାନ୍ସ କରାଯାଇଥିଲା, ଯାହାକି ଖୁବ ଶୀଘ୍ର ଶେଷ ହେବ ଏବଂ ମିଳିତ ବିବରଣୀ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଥିଲେ।

ତେବେ ସିରିଏଲ୍ ସେରୋ ସର୍ଭେ ନିର୍ଦ୍ଦିଷ୍ଟ ସମୟରେ କଲେ ଫାଇଦା କଣ, ଏକଥା ମଧ୍ୟ ସେ କହିଥିଲେ।  ଯଦି ଏବେ ଆମେ ଭୁବନେଶ୍ୱରରେ କଲୁ ପୁଣି ୪ସପ୍ତାହ ପରେ ଏଠାରେ କରାଯିବ। ସେଥିରୁ ଜାଣିପାରିବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କେଉଁ ଦିଗକୁ ଯାଉଛି ବୋଲି ସେତେବେଳେ ସେ କହିଥିଲେ।

You might also like