ମେ ୩ ଓ ୪ରେ ଦିନ ୨ଟା ପରେ ବନ୍ଦ ହେବନି ଦୋକାନ

ନିଷ୍ପତ୍ତି ବଦଳାଇଲା ସଂଘ

ଭୁବନେଶ୍ୱର: ମେ ୩ ଓ ୪ରେ ଦିନ ୨ଟା ପରେ ବନ୍ଦ ହେବନି ଦୋକାନ। ବ୍ୟବସାୟୀ ସଂଘର ପୂର୍ବ ନିଷ୍ପତ୍ତି ପ୍ରତ୍ୟାହୃତ କରାଯାଇଛି । ଏହି ୨ ଦିନ ନାଇଟ୍‌ କର୍ଫ୍ୟୁ ଜାରି ହେବା ଯାଏ ଖୋଲା ରହିବ ଦୋକାନ । ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ ଘୋଷଣାକୁ ଦୃଷ୍ଟିରେ ରଖି ସଂଘର ନିଷ୍ପତ୍ତି ବଦଳାଇଥିବା ସୂଚନା ମିଳିଛି । କରୋନା ମହାମାରୀ ବଢୁଥିବା କାରଣରୁ ସାରା ରାଜ୍ୟରେ ଦିନ ୨ଟା ରୁ ଦୋକାନ ବନ୍ଦ କରିବା ଲାଗି ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଥିଲା। କିନ୍ତୁ କରୋନା ରାଜ୍ୟରେ ଭୟଙ୍କର ଭାବରେ କାୟା ବିସ୍ତାର କରୁଥବାରୁ ଆଜି ୧୪ ଦିନିଆ  ଲକଡ଼ାଉନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା ହୋଇଛି। ମେ ୫’ ବୁଧବାର ସକାଳୁ ୧୯ ତାରିଖ ସକାଳ ଯାଏ ଏହି ଲକଡାଉନ୍ ବଳବତ୍ତର ରହିବ। ତେବେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟଡାଉନ।

ଲକଡାଉନ ବେଳେ କେବଳ ଚାଲି ଚାଲି ପରିବା ପାଇଁ ଯାଇହେବ। ଘର ଠାରୁ ୫ଶହ ମିଟର ଦୂର ଯାଏ ଚାଲି ଚାଲି ପରିବା ଆଣିହେବ। ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲି ଚାଲି ଆଣିହେବ ପରିବା। ସ୍ୱାସ୍ଥ୍ୟସେବା ଓ ଅନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।

ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। ସିନେମା ହଲ୍, ମଲ୍, ମାର୍କେଟ କଂପ୍ଲେକ୍ସ, ଜିମ୍ ବନ୍ଦ ରହିବ। ସାମାଜିକ, ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶ ବନ୍ଦ ରହିବ। ଏହାସହ ଯାତ୍ରା, ଅପେରା, ଖୋଲାମଞ୍ଚ ମଧ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। ସେହିଭଳି ସେଲୁନ, ପାର୍ଲର, ସ୍ପା ସଂପୂର୍ଣ୍ଣ ଭାବେ ବନ୍ଦ ରହିବ।

ଏଠାରେ କହିରଖୁଛୁ,  ଲୁହା ଛଡ଼, ସିମେଣ୍ଟ, ବହି ଦୋକାନ ଖୋଲା ରହିବ। ଇଲେକ୍ଟ୍ରିସିଆନ, ପାଣିପାଇପ ମିସ୍ତ୍ରୀ କାମ କରିବାକୁ ଯାଇପାରିବେ।କାଠ କାରିଗର, ଆଇଟି ମେକାନିକ, ଗାଡ଼ି ମେକାନିକ୍ ଯାଇପାରିବେ। ସକାଳ ୫ରୁ ୮ଟା ଯାଏଁ ଖବରକାଗଜ ବିତରଣ କରିପାରିବେ ହକର।

ତେବେ ଆଜି ରାଜ୍ୟରେ,  ରାଜ୍ୟରେ ଆଜି ପୁଣି ୮ହଜାର ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।  ଗତକାଲି ୧୦ ହଜାର ୪୧୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଆଠ ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୨୭୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

You might also like