କଳାହାଣ୍ଡିରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଧର୍ମଗଡ: ଗତକାଲି ବିଳମ୍ବିତ ରାତିରେ ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତ ମଧ୍ୟରୁ ଜଣେ କଳାହାଣ୍ଡି ଜିଲ୍ଲାର। ଏହା ପୂର୍ବରୁ ଜଣେ କରୋନା ପଜିଟିଭ ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ। ଗତକାଲି ଚିହ୍ନଟ ବ୍ୟକ୍ତି ଜଣକ ତାଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ଏହାକୁ ମିଶାଇ କଳାହାଣ୍ଡି ଜିଲ୍ଲାରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଓ ସିଡିଏମ୍‌ଓ ।

କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜଗୁ ଅଗ୍ରୱାଲଙ୍କ କହିବା ଅନୁଯାୟୀ, ୨ୟ ଆକ୍ରାନ୍ତ ଜଣକ ପ୍ରଥମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେ ତାଙ୍କ ସହ କ୍ରିକେଟ ଖେଳିଥିଲେ। ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା। ପରେ ତାଙ୍କର ନମୁନା ପରୀକ୍ଷା ପାଇଁ ଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କର ପଜିଟିଭ ଆସିଛି। ତାଙ୍କୁ ଆଜି କଟକ ଅଶ୍ୱିନୀ ହସ୍‌ପିଟାଲ କୋଭିଡ୍‌ ସେଣ୍ଟରକୁ ପଠାଯିବ।

ଗତ ୪ ତାରିଖ କଳାହାଣ୍ଡିରୁ ପ୍ରଥମ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା।  ୨୯ ବର୍ଷୀୟ ଏହି ଯୁବକ ଜଣକ  ବାହାରିନ୍ ଯାଇଥିବା ଟ୍ରାଭେଲ୍ ହିଷ୍ଟ୍ରିରୁ ସ୍ପଷ୍ଟ ହୋଇଥିଲା। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଥିଲା

ସୂଚନାଥାଉ କି, ବିଳମ୍ବିତ ରାତିରେ ରାଜ୍ୟରେ ୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଗତ ୨୪ ଘଣ୍ଟାରେ ୬ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା୪୮ରେ ପହଞ୍ଚିଥିବାବେଳେ ସେଥିମଧ୍ୟରୁ ବର୍ତ୍ତମାନ ୪୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

ଗତକାଲି ପରୀକ୍ଷା ହୋଇଥିବା ୪୦୮ ନମୁନା ମଧ୍ୟରୁ ୬ଟି ପଜିଟିଭ୍ ଆସିଛି । ୪୦୨ ନମୁନା ନେଗେଟିଭ୍ ଆସିଛି। ଦିନବେଳା ୨ଟି ନମୁନା ପଜିଟିଭ ନେଇ ସୂଚନା ଦିଆଯାଇଥିବାବେଳେ ବିଳମ୍ବିତ ରାତ୍ରୀରେ ଅନ୍ୟ ୪ ନମୁନା ପଜିଟିଭ ଥିବା ଜଣାପଡିଥିଲା । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

You might also like