ଚିଲିକାରେ ବୁଡ଼ିଗଲା ଦ୍ୱିତୀୟ ଭସାପୋଲ

କୃଷ୍ଣପ୍ରସାଦ: ଚିଲିକାରେ ଯାତ୍ରୀମାନଙ୍କ ଯାଆସ ପାଇଁ ଥିବା ଦ୍ୱିତୀୟ ଭସାପୋଲ ଏବେ ପାଣିରେ ବୁଡ଼ିଗଲା। ଚିଲିକା ଉନ୍ନୟନ ବିଭାଗ ପକ୍ଷରୁ ଚିଲିକାରେ ଦ୍ୱିତୀୟ ଭସାପୋଲ ସେପ୍ଟେମ୍ବର ୧୫ ତାରିଖରେ ପ୍ରଚଳନ କରାଯାଇଥିଲା। କିନ୍ତୁ ବିଡମ୍ବନାର ବିଷୟ ମାତ୍ର ୨ମାସ ନପୁରୁଣୁ ଚିଲିକାର ଜହ୍ନିକୁଦା ଘାଟରେ ଏହି ଭସାପୋଲ ସେବା ବନ୍ଦ ହୋଇଯାଇଥିଲା।

ଅଧା ବୁଡିଯାଇଥିବା ଅବସ୍ଥାରେ ସେହିଦିନଠାରୁ ରହିଥିଲା। ଆଉ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଭସାପୋଲର ଇଞ୍ଜିନ ତଳ ଭାଗରେ ପାଣି ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଭସାପୋଲ ବନ୍ଦ ଥିବାରୁ ଜହ୍ନିକୁଦାରୁ ସାତପଡ଼ା ଗମନାଗମନ ବ୍ୟାହତ ହୋଇଛି।

You might also like