ସୁନ୍ଦରଗଡ଼ରେ ନିର୍ମାଣ ହେବ କି ରାଜ୍ୟର ଦ୍ୱିତୀୟ ଏମ୍ସ?

ନିର୍ମାଣ ହେବ ୨ ଏମ୍ସ?

ସୁନ୍ଦରଗଡ଼: ସୁନ୍ଦରଗ଼ଡ଼ ଜିଲ୍ଲାରେ ପ୍ରତିଷ୍ଠା ହେବ କି ରାଜ୍ୟର ଦ୍ୱିତୀୟ ଏମ୍ସ? ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ନେଇ ଭିତ୍ତିଭୂମିର ଅନୁସନ୍ଧାନ କରି ଗତକାଲି ଫେରିଛନ୍ତି କେନ୍ଦ୍ରୀୟ ଟିମ୍। କେନ୍ଦ୍ର ସରକାଙ୍କ ୫ ଜଣିଆ ବୈଷୟିକ ଟିମ୍ ସୁନ୍ଦରଗଡ଼ରେ ଏନ୍ଟିପିସି ନିର୍ମାଣ କରିଥିବା ମେଡିକାଲ କଲେଜ ବିଲ୍ଡିଂକୁ ବୁଲି ଦେଖିଛନ୍ତି। ମେଡିକାଲ କଲେଜ ବିଲ୍ଡିଂର ସମସ୍ତ କୋଠରୀ ବୁଲି ଦେଖିବା ସହ କଣ ସବୁ ଆନୁସଙ୍ଗିକ ବ୍ୟବସ୍ଥା ରହିଛି ଏ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।

ରାଜ୍ୟ ସରକାର ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ନେଇ କେନ୍ଦ୍ରକୁ ଚିଠି ଲେଖିବା ପରେ କେନ୍ଦ୍ର ସରକାରଙ୍କ ଏହି ଟିମ୍ ଅନୁସନ୍ଧାନ କରିି ଫେରିଛନ୍ତି। ସ୍ଥାନୀୟ ଲୋକେ ଏମ୍ସ ପ୍ରତିଷ୍ଠା ନେଇ ଆଶାବାଦୀ ଥିବାବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୁନ୍ଦରଗଡ଼ର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ରାଜ୍ୟ ସରକାର ଯଦି ମେଡିକାଲ କଲେଜ କରିନପାରନ୍ତି ତେବେ କେନ୍ଦ୍ର ସରକାର ଏହାକୁ କରିବ ବୋଲି କହିଛନ୍ତି ସାଂସଦ ଜୁଏଲ ଓରାମ। ଅନ୍ୟପଟେ ସୁନ୍ଦରଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ସମସ୍ତ ଭିତ୍ତିଭୂମି ଗଠନ ନେଇ ତଥ୍ୟ ପ୍ରଦାନ କରାଯାଇଥିବା କହିଛି ଜିଲ୍ଲା ପ୍ରଶାସନ।

ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ। ସେ କହିଛନ୍ତି ଯେ, ଏମ୍ସ ନିର୍ମାଣ ହେବା ଲାଗି ଯେଉଁ ଭିତ୍ତିଭୂମି ଦରକାର ତାହା କେତେ ଆମେ ପୂରଣ କରୁଛୁ ଆଉ କଣ ଅଭାବ ରହିଛି ସେନେଇ ଅନୁଧ୍ୟାନ ଚାଲିଛି। କେବଳ ଏତିକି ନୁହେଁ ଲୋକଙ୍କର ମତାମତ କଣ ରହିଛି ସେନେଇ ବି ଆଲୋଚନା ଚାଲିଛି। ଏହାସହ କେନ୍ଦ୍ରୀୟ ଟିମ୍‌ ସହ ଆଲୋଚନା ବି ଚାଲିଛି କହିଛନ୍ତି ଜିଲ୍ଲାପାଳ।

ଡିଏମଏଟି କହିଛନ୍ତି ଯେ, ସିଦ୍ଧାନ୍ତ ନନେବା ପୂର୍ବରୁ ଆମେ କାହିଁକି ଅନୁମାନ କରିବା ବୋଲି ପ୍ରଶ୍ନ କରିଛନ୍ତି ଡାକ୍ତର ସିବିକେ ମହାନ୍ତି। ଏହାସହ ସେ କହିଛନ୍ତି ଯେତେବେଳେ ଏତେ ବଡ଼ ପୋଗ୍ରାମ ହେଉଛି ଆଗାମୀ ଦିନରେ ତାହାର ସଠିକ୍‌ କାର୍ଯ୍ୟ ମଧ୍ୟ କରାଯିବ। ସେଥିରେ କୌଣସି କଥା କହିବାର ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ତେବେ ରାଜ୍ୟର ରାଜଧାନୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏମ୍ସ ମେଡ଼ିକାଲ ନିର୍ମାଣ କରାଯାଇଛି। ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟକ ରୋଗୀ ଏହି ମେଡ଼ିକାଲରେ ନିଜର ଚିକିତ୍ସା କରାଇପାରୁଛନ୍ତି। ଯଦି ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ରେ ଆଉ ଏକ ନୂତନ ଭାବରେ ଏମ୍ସ ମେଡ଼ିକାଲ ନିର୍ମାଣ କରାଗଲେ ପଶ୍ଚିମଓଡ଼ିଶାର ଲୋକ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

You might also like