ଜୟପାଟଣା ବାନେର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଦୁର୍ଘଟଣାରେ ୨ମୃତ, ୨ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୟପାଟଣାର ବାନେର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅାଉ ୨ଜଣ ଗୁରୁତର ଅାହତ ହୋଇଛନ୍ତି। ବିଳମ୍ବିତ ରାତିରେ ଏକ ଟାଟା ୪୦୭ ଗାଡି ଦ୍ରୁତ ବେଗରେ ଯାଉଥିବା ବେଳେ ଜଣେ ସାଇକେଲ ଅାରୋହୀକୁ ଧକ୍କା ଦେଇଥିଲା।

ଏଥିରେ ସାଇକେଲ ଅାରୋହୀଙ୍କ ମୃତ୍ୟୁ ହୋଇଥିଲା। ପରେ ଗାଡିଟି ଭାରସାମ୍ୟ ହରାଇ ଗୋଟିଏ ଗଛରେ ପିଟି ହୋଇ ଓଲଟି ପଡିଥିଲା । ଏଥିରେ ଗାଡି ଅାଗରେ ବସିଥିବା ଜଣେ ନାବାଳକ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ। ଦୁର୍ଘଟଣାରେ ଡ୍ରାଇଭର ଓ ତାଙ୍କ ସହଯୋଗୀ ଗୁରୁତର ଅାହତ ହୋଇଥିଲେ। ସେମାନଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

You might also like