ଘର ପାଖ କୂଅରୁ ଉଦ୍ଧାର ହେଲା ୨ ମୃତଦେହ

ମହିଳାଙ୍କ ସମେତ ୫ ଜଣଙ୍କୁ ହତ୍ୟା ସନ୍ଦେହ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଇନ୍ଦୁପୁର ଗାଁରେ ମହିଳାଙ୍କ ସମେତ ୫ ଜଣଙ୍କ ନିଖୋଜ ଘଟଣା। ୫ ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘର ନିକଟରେ ଥିବା ଏକ କୂଅରୁ ଠାବ ହୋଇଛି ୨ଟି ମୃତଦେହ।

ତେବେ ଅନ୍ୟ ମୃତଦେହ ଖୋଜା ଚାଲିଥିବାବେଳେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ପୁଲିସ ସହ ସାଇଣ୍ଟିଫିକ୍ ଟିମ୍ ,ଡଗ୍ ସ୍କ୍ୱାଡ୍ ଏବଂ ଅଗ୍ନିଶମ କର୍ମଚାରୀ। ଅଭିଯୋଗ ମୁତାବକ, ଇନ୍ଦୁପୁର ଗାଁର ମାଙ୍ଗିରି ମୁଣ୍ଡା ଏବଂ ତାଙ୍କ ୪ ଶିଶୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ମାଙ୍ଗିରିଙ୍କ ସ୍ୱାମୀ।

ଘରେ ରକ୍ତ ଛିଟା ପଡ଼ିଥିବା ଦେଖିବା ପରେ ଥାନାରେ ଏତଲା ଦେଇଥିଲେ।

 

 

You might also like