ଯାଜପୁରରେ ଚାଲିଛି ୨୯ତମ ବାଣିଜ୍ୟ ମେଳା-୨୦୧୮

ଯାଜପୁର  : ଯାଜପୁର ବ୍ୟାସନଗର ଠାରେ ଚାଲିଛି ୨୯ତମ ବାଣିଜ୍ୟ ମେଳା-୨୦୧୮।  ମେଳାରେ ପଡିଥିବା ଛୋଟବଡ ଶିଳ୍ପସଂସ୍ଥା ଓ ଷ୍ଟଲମାନଙ୍କରେ ଲୋକଙ୍କ ଭିଡ଼ ଜମୁଛି। ମେଳାରେ ବିଭିନ୍ନ ସାମଗ୍ରୀ କିଣିବା ସହ ମୀନାବଜାରରେ ବୁଲି ଦୋଳି ଖେଳର ମଜା ନେଉଛନ୍ତି ଦର୍ଶକ।

ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତି ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।  ପ୍ରତିବର୍ଷ ଏହି ମେଳାରେ କୁଟୀର ଶିଳ୍ପ , ବୟନଶିଳ୍ପ, ଓ ହସ୍ତଶିଳ୍ପ ଠାରୁ ଆରମ୍ଭ କରି ଇସ୍ପାତ ଓ ଖଣି ଶିଳ୍ପ ଭଳି ଅନେକ ଷ୍ଟଲ ସ୍ଥାନ ପାଉଥିଲା।

କିନ୍ତୁ ଗତ ଦୁଇ ବର୍ଷ ହେବ ମେଳାକୁ ଆଉ ବଡବଡ ଶିଳ୍ପସଂସ୍ଥା ମାନେ ଆସୁନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

You might also like