ରାଜ୍ୟରେ ବଢୁଛି ସାଇବର ଅପରାଧ ମାମଲା; ଦିନକୁ ୮ ଦୁଷ୍କର୍ମ !

ଭୁବନେଶ୍ୱର: ରାଜ୍ୟରେ ବଢୁଛି ସାଇବର ଅପରାଧ ମାମଲା। ୨୦୧୯ ମସିହାରେ ୧ ହଜାର ୪୭୫ ମାମଲା ରୁଜୁ ହୋଇଥିଲା ହେଲେ ୨୦୨୦ରେ ମାମଲା ସଂଖ୍ୟା ୧ ହଜାର ୯୩୧କୁ ବୃଦ୍ଧି ପାଇଛି। ବିଧାନସଭାରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ୨୦୧୯-୨୦ରେ ରାଜ୍ୟରେ ରୁଜୁ ହୋଇଥିବା ସାଇବର ଅପରାଧ ମାମଲାରୁ ଏହା ସ୍ପଷ୍ଟ ହୋଇଛି।

ସେହିପରି ରାଜ୍ୟରେ ୨୦୨୦ ମସିହାରେ ୨ ହଜାର ୯୮୪ଟି ଦୁଷ୍କର୍ମ ଜନିତ ମାମଲା ରୁଜୁ ହୋଇଛି। ୧ ହଜାର ୪୭୦ ହତ୍ୟାକାଣ୍ଡ, ୫ଟି ବ୍ୟାଙ୍କ ଲୁଟ୍ ଏବଂ ୧୭ଟି ଏଟିଏମ୍ ଲୁଟ୍ ହୋଇଛି। ବିଧାନସଭାରେ ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତ୍ତର ରଖିଛନ୍ତି।

You might also like