• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

encounter in nayagarh
ନୟାଗଡ଼ରେ ପୁଣି ଏନ୍‌କାଉଣ୍ଟର

ନୟାଗଡ଼: ନୟାଗଡ଼ରେ ପୁଣି ପୋଲିସର ଏନ୍‌କାଉଣ୍ଟର। ଏଥିରେ ଗ୍ୟାଙ୍ଗଷ୍ଟର ଟିଟୋର ଜଣେ ସହଯୋଗୀର ମୃତ୍ୟୁ ହୋଇଛି। ତା ନାଁ ହେଉଛି ଚଗଲା ମଲ୍ଲିକ। ତେବେ ଏହି ଘଟଣାରେ ଅନ୍ୟ ୨ଜଣ ଖସି ପଳାଇଛନ୍ତି। ସୂଚନା ଅନୁସାରେ, କୌଣସି ଏକ ଅପରାଧିକ କାର୍ଯ୍ୟ ଘଟାଇବାକୁ କୁଖ୍ୟାତ ଅପରାଧୀ ଚଗଲା ଓ ତା’ର ଅନ୍ୟ ୨ ଜଣ ସହଯୋଗୀ ନୟାଗଡ଼ ଆସିଥିଲେ। ଖବରପାଇ ସେମାନଙ୍କୁ ପୋଲିସ ଧରିବାକୁ ଚେଷ୍ଟା କରିବା ବେଳେ ସେମାନେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଏହା […]

  • Monday, 19 July 2021
vlcsnap-error745
ନା ଲାଗିଛି ମେସିନ୍, ନା ମୋଟର; କିନ୍ତୁ ଗାଁକୁ ହେଉଛି ଜଳଯୋଗାଣ, ପଢ଼ନ୍ତୁ କେମିତି

ବାଲିଗୁଡ଼ା: ପାଣି ପାଇଁ ସବୁ ଦିନ ହନ୍ତସନ୍ତ ହେଉଥିଲେ । ଗାଁର ଗରିବ ଗୁରୁବାଙ୍କ କଥା ପ୍ରଶାସନର ଏକ କାନରେ ପଶି ସେ କାନରେ ବାହାରିଯାଉଥିଲା । ଶେଷରେ ଗାଁ ଲୋକ ଏମିତି କାମ କଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା । ସାବାସ୍ କହିବ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍କକ ନିସ୍କି ଗ୍ରାମବାସୀଙ୍କୁ । ଦେଶୀ ଜ୍ଞାନ କୌଶଳରେ ଗାଁରେ ପାଣି ପହଞ୍ଚାଇଛନ୍ତି ଲୋକେ । ତାହା ପୁଣି ବାଉଁଶନଳୀ ଦ୍ୱାରା । ନିସ୍କି ଗାଁଲୋକଙ୍କ […]

  • Monday, 19 July 2021
bus
ଘାଟିରେ ଓଲଟି ପଡ଼ିଲା ପିକ୍‌ନିକ ବସ୍‌

ମୋହନା(ମିହିର ଯତି): ବାଇକ୍‌ ଧକ୍କା ଦେବାରୁ ଘାଟିରେ ଓଲଟି ପଡ଼ିଲା ପିକ୍‌ନିକ୍‌ ବସ୍‌। ଫଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସଞ୍ଜ ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟିରେ ଘଟିଛି। ଆଜି ସକାଳେ ନୟାଗଡ଼ରୁ ୩୫ ଜଣ ଏକ ବସ୍‌ରେ ଗଜପତି ଜିଲ୍ଲା ଜିରଙ୍ଗ ଓ ଖସଡ଼ା ଜଳପ୍ରପାତକୁ ପିକନିକ କରିବା ପାଇଁ ଯାଇଥିଲେ। ସାନ୍ଧ୍ୟ ବେଳେ ସେମାନେ […]

  • Monday, 19 July 2021
IAS vinod
ଅାଇଏଏସ୍ ବିନୋଦ କୁମାରଙ୍କ ଘରେ ପୁଣି ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ବରିଷ୍ଠ ଅାଇଏଏସ୍ ବିନୋଦ କୁମାରଙ୍କ ଘରେ ପୁଣି ଭିଜିଲାନ୍ସ ରେଡ୍ । ବିନୋଦଙ୍କୁ ଗିରଫ କରିବା ପାଇଁ ଅାଜି ପୁଣି ରେଡ୍ କଲା ଭିଜିଲାନ୍ସର ୫ ଜଣିଅା ଟିମ୍। ରେଡ୍ ବେଳେ କିଛି କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି। ଗତକାଲି ଭିଜିଲାନ୍ସ ବିନୋଦ କୁମାରଙ୍କ ଘରେ ରେଡ୍ କରିଥିଲା । ତେବେ ଏହି ସମୟରେ ଘରେ ନଥିଲେ ବିନୋଦ କୁମାର । ଏମିତିକି ସେ ଗତକାଲି ଅଫିସ୍ ମଧ୍ୟ […]

  • Monday, 19 July 2021
sahid
ସହିଦ ବାପାଙ୍କୁ କୁନି ଝିଅର ପପି

ମାଲକାନଗିରି(ଜିତେନ୍ଦ୍ର ବେଉରା) : ବାପାଙ୍କ ଗାଲକୁ ଆଉଁସି ଦେଉଛି ଝିଅ। ଫୁଲ ଛିଞ୍ଚି ଦେଉଛି, ଲଡୁ ଖୁଆଇ ଦେଉଛି। ଗାଲକୁ ଗୋଟେ ଚୁମା ଦେଇ ମନରେ ଥିବା ସମସ୍ତ ସ୍ନେହକୁ ଢାଳି ଦେଉଛି ବାପାଙ୍କ ପାଖରେ। ବାପା କିନ୍ତୁ ନିସ୍ତବ୍ଧ, ସ୍ଥାଣୁ ପରି ସେମିତି ଝିଅକୁ ଦେଖୁଛନ୍ତି। ନା  ଛୁଇଁ ପାରୁଛନ୍ତି ନା କୋଳେଇ ପାରୁଛନ୍ତି କୁନି ଝିଅକୁ। ଆଶୀର୍ବାଦ ଦେବାକୁ ହାତ ବି ଅପହଞ୍ଚ ତାଙ୍କର। କାରଣ ବାପା ଆଉ ଏ ଦୁନିଆରେ ନାହାଁନ୍ତି। ବାପଙ୍କ ପ୍ରତିମା ପାଖରେ  କୁନି ଝିଅ […]

  • Monday, 19 July 2021
vlcsnap-error962
ଶିଶୁ ମୃତ୍ୟୁରୁ ଉତ୍ତେଜନା, ଡାକ୍ତର ନ ଥିବା ଅଭିଯୋଗରେ ରାସ୍ତାରୋକ, ପୋଲିସର ଲାଠିମାଡ଼

ନୟାଗଡ଼:  ସ୍ଥାନୀୟ ମୁଖ୍ୟ ଡାକ୍ତରଖାନାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା । ଜାତୀୟ ରାଜପଥ ଅବରୋଧ ବେଳେ ଅାନ୍ଦୋଳନକାରୀଙ୍କ ଉପରେ ପୋଲିସ ଲାଠି ମାଡ଼ କରିଥିବା ଅଭିଯୋଗ । ଅଭିଯୋଗ ମୁତାବକ, ନୂଅାଗାଁ ବ୍ଲକ୍ ଗୋଳଗୋଳା ଗାଁର ଏକ ୮ ମାସର ଶିଶୁ ଏକ ବୋତଲ ଠିପି ଗିଳି ଦେଇଥିଲା। ଚିକିତ୍ସା ପାଇଁ ପରିବାର ଲୋକେ ଶିଶୁଟିକୁ ନୟାଗଡ଼ ମୁଖ୍ୟ ଡାକ୍ତରଖାନାକୁ ଅାଣିଥିଲେ । ମେଡିକାଲରେ ଡାକ୍ତର ଚିକିତ୍ସା କରୁଥିବାବେଳେ ଶିଶୁଟିର ମୃତ୍ୟୁ ଘଟିଥିଲା । ତେବେ […]

  • Monday, 19 July 2021
pangolin
ଏହି ସୂଚନା ଦେଲେ ବନ ବିଭାଗ ପୁରସ୍କୃତ କରିବ

ଆଠଗଡ଼(ନୀଳକଣ୍ଠ ଦୋରା): ବଜ୍ରକାପ୍ତା ଚାଲାଣ ସଂପର୍କରେ ସୂଚନା ଦେଲେ ମିଳିବ ୧୦ ହଜାର ଟଙ୍କା। ବଜ୍ରକାପ୍ତା ଚୋରା ଚାଲାଣ ରୋକିବା ପାଇଁ ବନ ବିଭାଗ ଏପରି ଯୋଜନା କରିଛି। ଏହାଛଡ଼ା ଚାଲାଣକାରୀଙ୍କ ଫଟୋ ଥାନା ଓ ବନଖଣ୍ଡ କାର୍ଯ୍ୟାଳୟରେ ଲଗାଯିବ। ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଡିଏଫ୍ଓ ସସ୍ମିତା ଲେଙ୍କା। ଓଡ଼ିଶାରୁ ବିଦେଶକୁ ଚାଲାଣ ହେଉଛି ବଜ୍ରକାପ୍ତା। ଏଥିପାଇଁ ପ୍ରତ୍ୟକ ଦିନ ପଦାକୁ ଆସୁଛି ନୂଆ ନୂଆ ତଥ୍ୟ। ଚାଲାଣକାରୀ ବଜ୍ରକାପ୍ତା ଉପରେ ୧୦ ଟଙ୍କିଆ ନୋଟ୍‌ […]

  • Monday, 19 July 2021
dinabandhu
ବୟସ ହାର ମାନିଛି : ୧୦୩ ବର୍ଷ ବୟସରେ ବି ସେ କରୁଛନ୍ତି କଠିନ କାମ

ଚାନ୍ଦବାଲି ( ବାସୁଦେବ ଦାସ) :  ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟ କଲା ଭଳି ଖବରଟିଏ । ୧୦୩ ବର୍ଷ ବୟସର ଯୁବକଙ୍କୁ କେବେ ଦେଖିଛନ୍ତି ? ଏ ବୟସରେ ତାଙ୍କ କାମ ଆଉ ମନୋବଳକୁ ଦେଖିଲେ, ଆପଣ ବି ଠିକ୍ ଏୟା କହିବେ, ଯାହା ଆମେ କହୁଛୁ । ସେ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭଦ୍ରକ ଚାନ୍ଦବାଲି ଅନ୍ତର୍ଗତ ନରସିଂହପୁର ଗାଁର ଲୁହାର ମଣିଷ ଦିନବନ୍ଧୁ ସୂତାର। ୫ କିଲୋ ଓଜନର ହାତୁଡ଼ିରେ ପିଟି ଲୁହାକୁ ଆକାର […]

  • Monday, 19 July 2021
doctor---
ଡାକ୍ତରଙ୍କୁ ଗୁଳିମାଡ଼

ଖୋର୍ଦ୍ଧା : ଖୋର୍ଦ୍ଧାରେ ଡାକ୍ତରଙ୍କୁ ଗୁଳିମାଡ଼ । କ୍ଲିନିକ୍‌ରେ ପଶି ଡାକ୍ତରଙ୍କୁ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ସୂଚନା ମିଳିଛି । ଗୁଳିମାଡ଼ରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସ ଗୁରୁତର ଆହତ ହୋଇଛନ୍ତି । ଏହି ଆକ୍ରମଣରେ ଡାକ୍ତରଙ୍କ ସହ ଜଣେ ଔଷଧ ଦୋକାନ କର୍ମଚାରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତେବେ ଗୁଳିକାଣ୍ଡର କାରଣ ଜଣାପଡ଼ିନାହିଁ  ।

  • Monday, 19 July 2021
puri
ଝଲସିବ ଶ୍ରୀମନ୍ଦିର ; ନୂଆବର୍ଷ ପାଇଁ ଚାଲିଛି ପ୍ରସ୍ତୁତି

ପୁରୀ : ନୂଆବର୍ଷରେ ଝଲସିବ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ। ସେଥିପାଇଁ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି। ବଡଦାଣ୍ଡର ରୂପ ଆଉ ରଙ୍ଗରେ ଆସିବ ନୂଆ ପରିବର୍ତ୍ତନ। ଭକ୍ତ ଓ ଦର୍ଶନାର୍ଥୀଙ୍କୁ ଏହା ବେଶ୍ ଆକର୍ଷିତ କରିବା ସହିତ ମିଳିବ ଏକ ନୂତନ ଅନୁଭୂତି। ୧୦୦ ମିଟର ପରିମିତ ବଡ଼ଦାଣ୍ଡ ପାଇଁ ନିର୍ମାଣ କାର୍ଯ୍ୟ ଦୃତଗତିରେ ଆଗେଇ ଚାଲିଛି। ଡିସେମ୍ବର ୨୫ ତାରିଖ ପୂର୍ବରୁ କାର୍ଯ୍ୟ ସରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ଏକ ବିରାଟ […]

  • Monday, 19 July 2021
rto
ଭିଜିଲାନ୍ସ ଜାଲରେ ଆରଟିଓ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପୁଣି ଆଉ ଜଣେ ସରକାରୀ ବାବୁ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଆରଟିଓ ବସନ୍ତ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଘର ଓ ଅଫିସ୍‌କୁ ମିଶାଇ ୫ଟି ଜାଗାରେ  ଭିଜିଲାନ୍ସ ଚଢ଼ାଉ କରିଛି। ଢେଙ୍କାନାଳ ସ୍ଥିତ ଅଫିସ୍‌, କଟକ ରାଣୀହାଟ ବାସଭବନ, ମେଡିକାଲ କଲୋନୀରେ ତାଙ୍କ ସ୍ତ୍ରୀଙ୍କ ନାଁରେ ଥିବା କ୍ୱାର୍ଟର୍ସ, ଭୁବନେଶ୍ୱର ଖଣ୍ଡଗିରି ଆପାର୍ଟମେଣ୍ଟ ଓ ଯାଜପୁର ବିଞ୍ଝାରପୁର ଥିବା ଶ୍ୱଶୁର ଘରେ ଚଢ଼ାଉ କରାଯାଇଛି।

  • Monday, 19 July 2021
fake
ଜାଲି ସାର୍ଟିଫିକେଟ୍‌ , ନକଲି ଶିକ୍ଷକ

କୋରାପୁଟ ( ସୂର୍ଯ୍ୟ ନାରାୟଣ ପଣ୍ଡା) : ଜାଲ୍ ସାର୍ଟିଫିକେଟ୍ ଦେଇ ନିଯୁକ୍ତି ପାଇଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ । ଜଣେ କି ଦୁଇ ଜଣ ନୁହେଁ, ୧୪ ଜଣ ଶିକ୍ଷକ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଜଣାପଡ଼ିଛି । କୋରାପୁଟରୁ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ। ୨୦୧୮ ମସିହାରୁ ଦଶମନ୍ତପୁର ବ୍ଲକର ୨ ଜଣ ଶିକ୍ଷକ ନରେଶ କୁମାର ସୁବୁଦ୍ଧି ଓ କୁମାର ଚେଟୀ ଜାଲ ପ୍ରମାଣପତ୍ର ଦେଇ ଚାକିରି କରୁଥିଲେ। ପ୍ରମାଣପତ୍ର ଯାଂଚ ବେଳେ […]

  • Monday, 19 July 2021
plus two cut off mark
ଆଜିଠୁ ମେଡ଼ିକାଲ କଲେଜରେ ନାମଲେଖା

ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଆଜିଠୁ MBBS ଓ BDS ପ୍ରୋଭିଜନାଲ ନାମଲେଖା ଆରମ୍ଭ ହୋଇଛି। ପ୍ରଥମ ଦିନରେ କଟକ SCB ମେଡିକାଲ କଲେଜରେ MBBS ସିଟ୍‌ରେ ଏବଂ ୬ତାରିଖରେ ବ୍ରହ୍ମପୁର MKCGରେ ନାମଲେଖା ଯିବ। ସେହିପରି ଆସନ୍ତା ୭ତାରିଖରେ ବୁର୍ଲା ଭୀମସାରରେ ନାମଲେଖା ହେବ। ଏହି ନାମଲେଖା ପ୍ରକ୍ରିୟା ଚଳିତ ମାସ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓଜେଇଇ ପକ୍ଷରୁ ସୂଚନା ମିଳିଛି। ତାଲିକାରେ ଯେଉଁମାନଙ୍କ ନାମ ପ୍ରକାଶ […]

  • Monday, 19 July 2021
murder
କଲେଜ ଛାତ୍ରୀଙ୍କ ହତ୍ୟାକାଣ୍ଡରେ ଟ୍ୱିଷ୍ଟ ; ଭାଉଜ ହିଁ ହତ୍ୟାକାରୀ

ବାଲୁଗାଁ  : ଖୋର୍ଦ୍ଧା ବାଲୁଗାଁ ଥାନା ଗଙ୍ଗନଗର କଲେଜ ଛାତ୍ରୀଙ୍କ ହତ୍ୟାକାଣ୍ଡରେ ଟ୍ୱିଷ୍ଟ।  ପ୍ରେମ ପାଇଁ ନୁହେଁ ପାରିବାରିକ କଳହକୁ ନେଇ ଛାତ୍ରୀଙ୍କୁ ହତ୍ୟା କରିଛନ୍ତି ତାଙ୍କ ଭାଉଜ।  ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ କରିଛନ୍ତି ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ । ହତ୍ୟାକାଣ୍ଡରେ ସଂପୃକ୍ତ ଛାତ୍ରୀଙ୍କ ଭାଉଜ କାବେରୀ ବେହେରାଙ୍କୁ ପୁଲିସ ଗିରଫ କରିଛି । ନଣନ୍ଦ ସହ ଗଣ୍ଡଗୋଳ ପରେ ପ୍ରତିଶୋଧପରାୟଣ ହୋଇ ଭାଉଜ ତାଙ୍କୁ ହତ୍ୟା କରିଛନ୍ତି।  ଛୁରିରେ ନଣନ୍ଦର […]

  • Monday, 19 July 2021
SISHU KANYA
ଡ୍ରେନରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ପଦ୍ମପୁର : ପୁଣି ଅଲୋଡ଼ା ଶିଶୁକନ୍ୟା । ବରଗଡ଼ ଜିଲ୍ଲା ପଦ୍ମପୁରର ଏକ ଡ୍ରେନରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ପଦ୍ମପୁର ସହର ୬ ନମ୍ବର ଓ୍ୱାର୍ଡର ଶାସ୍ତ୍ରୀ ଛକ ସାହିର ଡ୍ରେନରୁ ଜୀବିତ ଅବସ୍ଥାରେ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ।  ଆଜି ସକାଳୁ କାନ୍ଦ ଶୁଣିବା ପରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା । ଶିଶୁକନ୍ୟାକୁ ଉଦ୍ଧାର କରିବା ପରେ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

  • Monday, 19 July 2021
patient
ଏଡ୍‌ସ ଆକ୍ରାନ୍ତ ମହିଳାଙ୍କୁ ଅବହେଳା ; ୪୦ ଘଣ୍ଟା ପଡ଼ି ରହିବା ପରେ ଚିକିତ୍ସା

ବାରିପଦା : ପ୍ରାୟ ୪୦ ଘଣ୍ଟା ପଡ଼ି ରହିବା ପରେ ଏଚ୍ଆଇଭି ଆକ୍ରାନ୍ତ ଗର୍ଭବତୀଙ୍କ ଚିକିତ୍ସା ହେଲା । ଏହି ଅଭାବନୀୟ ଘଟଣା ଘଟିଛି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ। ମେଡିକାଲରେ ଅସହାୟ ଭାବେ ୪୦ ଘଣ୍ଟାରୁ ଅଧିକ ସମୟ ପଡ଼ି ରହିବା ପରେ ତାଙ୍କର ଚିକିତ୍ସା ହୋଇଛି । କିନ୍ତୁ ସେତେବେଳକୁ ଅଧିକ ଡେରି ହୋଇ ଯାଇଥିଲା । ମହିଳା ଏକ ଶିଶୁକୁ ଜନ୍ମ ଦେଇଥିଲେ ମଧ୍ୟ ତାର ମୃତ୍ୟୁ […]

  • Monday, 19 July 2021
rape 3
ଗଣଦୁଷ୍କର୍ମ ପରେ ମାରିଦେଲେ !

ନବରଙ୍ଗପୁର  : ରାଜ୍ୟରେ ପୁଣି ଲଜ୍ଜା। ପୁରୀ ଦୁଷ୍କର୍ମର ନିଆଁ ଥମି ନଥିବା ବେଳେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅଂଚଳରେ ପୁଣି ଗଣଦୁଷ୍କର୍ମ। ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବିଲ ମଝିରୁ ୧୬ ବର୍ଷୀୟ ଝିଅର ମୃତଦେହ ଉଦ୍ଧାର ହୋଇଛି। ରାତିରେ ଘରୁ ବାହାରକୁ ପରିସ୍ରା କରିବାକୁ ଯାଇ ନାବାଳିକା ଜଣକ ନିଖୋଜ ହୋଇଯାଇଥିଲେ।  ନାବାଳିକାଙ୍କ ମୃତଦେହ ନିକଟରେ ଦୁଇଟି ପ୍ୟାଣ୍ଟ ପଡ଼ିଥିବା ଦେଖିବାକୁ ମିଳିଛି।  ଗଣଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା […]

  • Monday, 19 July 2021
fire
ଜଳିଗଲା ୩ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପଗଡ ଗେଟ୍ ବଜାରରେ ଆଜି ଭୋରରୁ ଅଗ୍ନିକାଣ୍ଡ ଘଟି ୩ଟି ଦୋକାନ ଜଳିଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଛି। ସ୍ଥାନୀୟ ଲୋକ ଏବଂ କୁଜଙ୍ଗରୁ ଦମକଳ ବାହିନୀ କର୍ମଚାରୀ ପହଞ୍ଚି  ନିଆଁ ଲିଭାଇଛନ୍ତି। ଫଳରେ ବଜାରରେ ଥିବା ଅନ୍ୟ ଦୋକାନ ସବୁ ଅଳ୍ପକେ ବର୍ତ୍ତି ଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ସର୍ଟ ସର୍କିଟ କିମ୍ବା ଆଞ୍ଚ ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏଥିରେ କେହି […]

  • Monday, 19 July 2021
police
ଦେହ ପାଇଁ ଡିଲ୍ ; ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ

ବାଲେଶ୍ୱର  : ସଫଳ ହେଲା ଓଟିଭିର ଷ୍ଟିଙ୍ଗ ଅପରେସନ। ପୁଲିସ୍‌ କରିଲା କାର୍ଯ୍ୟାନୁଷ୍ଠାନ। ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ହୋଟେଲ୍‌ରେ ଦେହ ବେପାର ଘଟଣାରେ ୨ ଅଟକ ରହିଛନ୍ତି। ଜଳେଶ୍ୱରର ଏକ ହୋଟେଲ ମାଲିକ ଏବଂ ମ୍ୟାନେଜରଙ୍କୁ ଅଟକ ରଖିଛି ପୁଲିସ । ଭୋଗରାଇ ତାଳସାରିରେ ଥିବା ୨ ହୋଟେଲ ମ୍ୟାନେଜର ମଧ୍ୟ ଗିରଫ ହୋଇଛନ୍ତି । ହୋଟେଲରେ ଦେହ କାରବାରର ଖୁଲାସା ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଖୁଲମଖୁଲା ଦେହ ବେପାର ନେଇ ଖବର […]

  • Monday, 19 July 2021
tri
ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା। ଏହି ଅଞ୍ଚଳରେ ତ୍ରିରଙ୍ଗା ପତାକା ଉଡେଇବା ପାଇଁ ପ୍ରଶାସନ ଭୟ କରୁଥିଲା। ତେଣୁ ସେଠାରେ ତ୍ରିରଙ୍ଗା ବଦଳରେ ନକ୍ସଲଙ୍କ କଳା ରଙ୍ଗର ପତାକା ଉଡୁଥିଲା। ଗତକାଲି ସେହି ଅଞ୍ଚଳରେ ପ୍ରଥମ ଥର ପାଇଁ ମାଲକାନଗିରି ଏସ୍‌ପି ଶ୍ରୀ ହୃଷୀକେଶ ଡି ହିଲାରୀ  ତ୍ରିରଙ୍ଗା  ଉଡ଼ାଇଛନ୍ତି। ହାନ୍ତାଳଗୁଡ଼ା ଠାରେ ବିଏସଏଫ କ୍ୟାମ୍ପର ପ୍ରତିଷ୍ଠା ବେଳେ ତ୍ରିରଙ୍ଗା ଉଡ଼ାଇ ସେହି ଅଞ୍ଚଳବାସୀଙ୍କୁ ଓ ସୁରକ୍ଷା ବାହିନୀକୁ […]

  • Monday, 19 July 2021
driver
ଟ୍ରକ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୨ ଡ୍ରାଇଭର ଜୀବନ୍ତ ଦଗ୍ଧ

ସମ୍ବଲପୁର  : ଜଳିଗଲେ ୨ ଡ୍ରାଇଭର। ଟ୍ରକ ଓ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁଇ ଗାଡ଼ିର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି।  ସମ୍ବଲପୁର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଯୁଯୁମରା ନିକଟରେ ଘଟିଛି ଏ ମର୍ମନ୍ତୁଦ ଦୁର୍ଘଟଣା । ମିଳିଥିବା ସୂଚନା ମୁତାବକ, ଲୁହାପଥର ବୋଝେଇ ଟ୍ରକ ସହ ଗ୍ୟାସ୍ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ହେବା ପରେ ୨ଟି ଗାଡ଼ି ଘଟଣାସ୍ଥଳରେ ହିଁ ଜଳି ଯାଇଥିଲା । […]

  • Monday, 19 July 2021
dispute
ବେଆଇନ ବାଲି ଘାଟକୁ ନେଇ ଗୋଷ୍ଠୀ ସଂଘର୍ଷ

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ତହସିଲ ଅଧିନ ଷୋଳମପୁର ପଞ୍ଚାୟତରେ ଗୋଷ୍ଠୀ ସଂଘର୍ଷ। ଏଥିରେ ଉଭୟ ପକ୍ଷରୁ ୩ ଜଣ ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ପ୍ରଥମେ ଯାଜପୁର ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମଣିନାଥପୁର ଓ ପାଖ ଗାଁ ମୁଢ଼ାପଦାରେ ୨ ଗୋଷ୍ଠୀ ନିଜ ଗାଁ ପାଖରେ ବୈତରଣୀ ନଦୀରୁ ବାଲି ଉଠାଇ ଚୋରାରେ ବିକ୍ରି କରୁଥିଲେ । ହେଲେ ତହସିଲଦାର ମଣିନାଥପୁର ଘାଟରେ […]

  • Monday, 19 July 2021
pollution-1
ପାଣିରେ ବିଷ, ପବନରେ ବିଷ : ସହର ସାରା ଧୂଳି ଧୂଆଁର ଆସ୍ତରଣ

ରାଉରକେଲା : ପ୍ରଦୂଷଣରେ ଅସ୍ତବ୍ୟସ୍ତ ରାଉରକେଲାବାସୀ । ସହର ସାରା ଧୂଳି ଧୂଆଁର ଆସ୍ତରଣ। ରାସ୍ତାଘାଟ, ଗଛପତ୍ର ସବୁ ଧୂଳିରେ ଭର୍ତ୍ତି । ଯୁଆଡେ ଯିବେ ଖାଲି ଧୂଳି ଆଉ ଧୂଳି । ଇଏ ହେଉଛି ସ୍ମାର୍ଟ ସିଟିର ସ୍ମାର୍ଟ ଚିତ୍ରର କଥା । ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ, ଦିନରେ ସୃଷ୍ଟି ହେଉଛି ରାତିର ଭ୍ରମ । ଲୋକେ ରାସ୍ତାରେ ଯାଆସ କରିବା ବେଳେ ମାସ୍କ ପିନ୍ଧୁଥିବା ଦେଖିବାକୁ ମିଳୁଛି। ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ […]

  • Monday, 19 July 2021
toll fee
ଆଗକୁ ମହଙ୍ଗା ହେବ ଟୋଲ୍ ଫି

ଭୁବନେଶ୍ୱର : ରାଜ୍ୟରେ ମହଙ୍ଗା ହେବ ଟୋଲ୍ ଫି’। ଗାଡି ଚାଳକଙ୍କୁ ଦେବାକୁ ପଡ଼ିପାରେ ଅଧିକ ଟୋଲ୍‌ ଦେୟ। କାରଣ ୨୦୦୬ ମସିହାରେ ଧାର୍ଯ୍ୟ ହୋଇଥିବା ଦେୟରେ ସଂଶୋଧନ ହେବାକୁ ଯାଉଛି। ଏନେଇ ପୂର୍ତ୍ତ ବିଭାଗକୁ ପ୍ରସ୍ତାବ ଦେଇଛି ଓଡ଼ିଶା ସେତୁ ଓ ନିର୍ମାଣ ନିଗମର ଓଡିଶା ଷ୍ଟେଟ୍ ରୋଡ୍ ଟୋଲ୍ସ ରୁଲ୍‌(ଓବିସିସି)। ଓଡିଶା ଷ୍ଟେଟ୍ ରୋଡ୍ ଟୋଲସ୍ ରୁଲ୍ ୨୦୧୧ ଅନୁସାରେ ଏହି ଦର ଧାର୍ଯ୍ୟ କରାଯିବ, ଯେମିତି ଏବେ ବିଜୁ ଏକ୍ସପ୍ରେସ ୱେ’ ସମ୍ବଲପୁର […]

  • Monday, 19 July 2021
suicide
ଦେହରେ କିରାସିନି ଢାଳି ନିଜକୁ ଜାଳିଦେଲେ HIV ଆକ୍ରାନ୍ତ !

ରାଇରଙ୍ଗପୁର( ରାଜେଶ ଶର୍ମା) : ଦେହରେ କିରାସିନି ଢାଳି ନିଜକୁ ଜାଳିଦେଲେ HIV ଆକ୍ରାନ୍ତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ । ସ୍ଥାନୀୟ ସୁନାପୋଷି ଗାଁର ଯୁବକ ଗତ ତିନି ବର୍ଷ ଧରି HIVରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ପରିବାରରେ କେହି ନଥିବାରୁ ଗାଁ ମୁଣ୍ଡରେ ଏକା ରହୁଥିଲେ । ରୋଗ ପୀଡ଼ା ସହିନପାରି ଆତ୍ମହତ୍ୟା କରିଥିବା ଗାଁ ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। […]

  • Monday, 19 July 2021