ଭୁବନେଶ୍ୱରରୁ ୨୯୫ କରୋନା ଆକ୍ରାନ୍ତ ଚିହ୍ନଟ, ୧୪୨ ଲୋକାଲ୍ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୨୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନରୁ ୧୫୩, ଲୋକାଲ କଣ୍ଟାକ୍ଟ କେସ୍ ୧୪୨ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)।

ପୋଲିସ ସିକ୍ୟୁରିଟି ୱିଙ୍ଗରୁ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚନ୍ଦକାର ଏକ ବିସ୍କୁଟ କାରଖାନାରୁ ୨୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଟିଆ କିଟ୍ କ୍ୟାମ୍ପସରୁ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ରିଜର୍ଭ ପୋଲିସ କଲୋନିରୁ ୮, ଚନ୍ଦ୍ରଶେଖରପୁର HB କଲୋନିରୁ ୪ ଚିହ୍ନଟ ହୋଇଛନ୍ତି। ରସୁଲଗଡ଼ରୁ ୪, ବିଜେବି ନଗରରୁ ୩, ବଡ଼ଗଡ଼ କେନାଲ ରୋଡରୁ ୩ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ୱରରୁ ସୁସ୍ଥ ହେଲେ ଆଉ ୧୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏଯାବତ୍ ଭୁବନେଶ୍ୱରରେ ୭୦୧୫ ସଂକ୍ରମିତ ହେଲେଣି। ଏମାନଙ୍କ ମଧ୍ୟରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ୪୨୯୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେବି ୨୭୫୪ ଚିକିତ୍ସାଧୀନ ଅଛନ୍ତି।

You might also like