କନ୍ୟାଶ୍ରମରୁ ନିଖୋଜ ୨୯ ଛାତ୍ରୀ ଉଦ୍ଧାର

ଗଜପତି: ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ଅନ୍ତର୍ଗତ ଅନ୍ତରବା କନ୍ୟାଶ୍ରମରୁ ନିଖୋଜ ଥିବା ୨୯ ଜଣ ଛାତ୍ରୀଙ୍କୁ  ଉଦ୍ଧାର କରାଯାଇଛି। ସେମାନଙ୍କୁ ଉଦ୍ଧାର କରିବା ପରେ ସମସ୍ତଙ୍କୁ ଚନ୍ଦ୍ରଗିରି ବାଳିକା ବିଦ୍ୟାଳୟରେ ରଖାଯିବା ସହ ହଷ୍ଟେଲ ଛାଡ଼ିବା ସମ୍ପର୍କରେ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

ନିଖୋଜ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କ ମୋବାଇଲ୍ ଫୋନ୍‌କୁ ଟ୍ରାକିଂ କରାଯାଇ ଚନ୍ଦ୍ରଗିରି ଟାଙ୍କିଲିପଦର ଗାଁ ପାଖ ଜଙ୍ଗଲରେ ଥିବା ଏକ କୁଡ଼ିଆରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।

ସୂଚନାଥାଉ କି, ଶନିବାର ବିଳମ୍ବିତ ରାତିରେ ଛାତ୍ରୀମାନେ କନ୍ୟାଶ୍ରମରୁ ହଷ୍ଟେଲ ଛାଡ଼ି ପଳାଇଥିଲେ। ଏହାପରେ ସ୍କୁଲ କର୍ତ୍ତୃପକ୍ଷ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲେ।

You might also like