ଓଡ଼ିଶାରୁ ୨୯ ଜଣ ପାଇବେ ପୁଲିସ ପଦକ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ପୁଲିସ ମେଡାଲ ଘୋଷଣା ହୋଇଛି। ଏଥର ବିଭିନ୍ନ ବର୍ଗରେ ରାଜ୍ୟର ୨୯ ଜଣଙ୍କୁ ପୁଲିସ ପଦକ ମିଳିବ। ୧୧ ଜଣଙ୍କୁ ପୁଲିସ ସାହସିକତା ପଦକ ମିଳିବାର ଥିବା ବେଳେ ୪ ପୁଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ଓ ୧୪ ପୁଲିସ କର୍ମଚାରୀ ପାଇବେ ପ୍ରଶଂସନୀୟ ସେବା ପଦକ।

ସେମାନେ ହେଲେ ଛତ୍ରପୁର ଅଷ୍ଟମ ବାଟାଲିୟନ କମାଣ୍ଡାଣ୍ଟ ଉଦୟ କୁମାର ରଥ, ସପ୍ତମ ସ୍ୱତନ୍ତ୍ର ବାଟାଲିୟନ କମାଣ୍ଡାଣ୍ଟ ଜବାହର ମୋହନ ପଟେଲ, ଅଷ୍ଟମ ବାଟାଲିୟନ କମାଣ୍ଡାଣ୍ଟ ଚନ୍ଦ୍ରଶେଖର ପାତ୍ର, ଏସ୍‌ପି ଟଙ୍କଧର ପ୍ରଧାନ, ଡିସିପି ଟ୍ରେନିଂ ବିଜୟ କୁମାର ସାହୁ, କ୍ରାଇମବ୍ରାଞ୍ଚ ଏଏସ୍‌ପି ରାଧାବିନୋଦ ପାଣିଗ୍ରାହୀ, ଡିଏସ୍‌ପି ଉଦୟଭାନୁ ମିଶ୍ର, ଡିଏସ୍‌ପି ବୃନ୍ଦାବନ ଘଡ଼େଇ, ଡିଏସ୍‌ପି ସରୋଜ କୁମାର ସାମଲ, ଡିଏସ୍‌ପି ରବୀନ୍ଦ୍ର ପଣ୍ଡା, ଏଏସ୍ଆଇ ମୋହିତ ମଲ୍ଲିକ, ASI ରବୀନ୍ଦ୍ର ଆଚାର୍ଯ୍ୟ, ହାବିଲଦାର ଅମିୟ ରାଉତରାୟ ଓ କନଷ୍ଟେବଳ ସତ୍ୟବାଦୀ ମଲ୍ଲିକ।

You might also like