କଟକରୁ ଆଜି ଚିହ୍ନଟ ହେଲେ  ୨୯ କରୋନା ଆକ୍ରାନ୍ତ

କଟକ: କଟକ ଜିଲ୍ଲାରୁ ଆଜି ଚିହ୍ନଟ ହୋଇଛନ୍ତି  ୨୯ କରୋନା ଆକ୍ରାନ୍ତ। ସମାନଙ୍କ ମଧ୍ୟରୁ CMC ଅଧୀନରେ ଅଛନ୍ତି ୫ଜଣ । 
ଏହା ବ୍ୟତୀତ ଟାଙ୍ଗୀରୁ ୧, ସଦରରୁ ୧, ବାଙ୍କୀରୁ ୧୨, ବଡ଼ମ୍ବାରୁ ୫ , ନରସିଂହପୁରରୁ ୨, ନିଆଳିରୁ ୨ ଏବଂ ସାଲେପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ କଟକ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୫୪୪ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୩୦୩ ଜଣ ଚିକିତ୍ସାଧୀନ ଅଛନ୍ତି।
କରୋନା ଯୋଗୁ କଟକ ଜିଲ୍ଲାରେ ସମୁଦାୟ ୫ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।
You might also like