ଓଡ଼ିଶାରୁ ୨୯ ଜଣ ପୁଲିସ୍‌ ମେଡାଲ୍‌ ପାଇବେ

ଭୁବନେଶ୍ୱର: ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ପୁଲିସ ମେଡାଲ ଘୋଷଣା ହୋଇଛି। ୩ଟି ବର୍ଗରେ ଓଡ଼ିଶାରୁ ମୋଟ ୨୯ ଜଣ ଏହି ମେଡାଲ ପାଇବେ। ସାହସିକତା ପାଇଁ ୧୬ ଜଣ ପୁଲିସ କର୍ମଚାରୀ ଏହି ମେଡାଲ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିଭଳି ବିଶିଷ୍ଟ ସେବା କ୍ଷେତ୍ରରେ ୨ ଜଣ ଏବଂ ଉଲ୍ଲେଖନୀୟ ସେବା କ୍ଷେତ୍ରରେ ୧୧ଜଣ ପୁଲିସଙ୍କୁ ମେଡାଲ ପ୍ରଦାନ କରାଯିବ। ଏଡିଜି ଆର୍.ପି କୋଚେ ଏବଂ ଭିଜିଲାନ୍ସ ASI ମନୋରଂଜନ ସାମଲଙ୍କୁ ବିଶିଷ୍ଟ ସେବା ପଦକ ମିଳିବ।

ସେହିପରି ASP ବିଶ୍ୱନାଥ ମିଶ୍ର, କମାଣ୍ଡାଣ୍ଟ ବାଳକୃଷ୍ଣ ମିଶ୍ର, ASP ସୁଶାନ୍ତ ବିଶ୍ୱାଳ, ଇନ୍ସପେକ୍ଟର ଆଶିଷ ମିଶ୍ରଙ୍କୁ ଉଲ୍ଲେଖନୀୟ ସେବା ପଦକ ଦିଆଯିବ। SI ଗଗନ ନାୟକଙ୍କ ସହ ୧୬ ଜଣ ପୁଲିସ ଏହି ସାହସିକତା ପଦକ ଗ୍ରହଣ କରିବେ। ଚଳିତ ଥର ଓଡ଼ିଶାରୁ ରାଷ୍ଟ୍ରପତି ପୁଲିସ ମେଡାଲ କେହି ପାଇବେନି।

You might also like