• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଆଜି ରାଜ୍ୟରେ ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସକାଳ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୩୬ ଚିହ୍ନଟ ହୋଇଥିବା ବୋଲି ବିଭାଗ ସୂଚନା ଦେଇଥିଲା। ଏବେ ମାଲ୍‌କାନ୍‌ଗିରିରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବିଷୟରେ ତଥ୍ୟ ଦେଇଛନ୍ତି ସେଠାକାର ଜିଲ୍ଲାପାଳ।

ମାଲକାନଗିରିରୁ ଚିହ୍ନଟ ୩୬ ପଜିଟିଭ ମଧ୍ୟରେ ୨୯ ଜଣ BSF ଯବାନ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଉ ୩ ଜଣ ହୋମ୍ କ୍ୱାରେଣ୍ଟିନ୍ ଓ ୪ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ। ତେବେ ଏହା ପୂର୍ବରୁ ଆଜି ସକାଳେ ଜଣେ ଏନ୍‌ଡିଆର୍‌ଏପ୍‌ ଯବାନ କରୋନା ଚିହ୍ନଟ ହେବା ନେଇ ସୂଚନା ଦେଇଥିଲା ଲୋକମ୍ପର୍କ ବିଭାଗ।

ପୂର୍ବରୁ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଏବଂ ଓଡ଼ିଶା ଅଗ୍ନିଶମ ବାହିନୀର ୫୪ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜୁନ ୧୧ ତାରିଖରେ ସୂଚନା ଦେଇଥିଲା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ। ଏମାନେ ସମସ୍ତେ ବାତ୍ୟା ‘ଅମ୍ପନ୍‌’ ଯୋଗୁ ଅଧିକ କ୍ଷୟକ୍ଷତି ହୋଇଥିବା ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିଥିଲେ। ସେହିଭଳି ଜୁନ ୮ ତାରିଖରେ କଟକ ମୁଣ୍ଡଳୀ NDRF କ୍ୟାମ୍ପର ୫୦ ଜଣ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ରାଜ୍ୟର ୧୨ ଅଗ୍ନିଶମ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୧୦୧୩ଜଣ ବିଏସଏଫ୍ ଯବାନ୍ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୫୯ ଜଣ ସୁସ୍ଥ ହୋଇଥିବା ବେଳେ ୩୫୪ଜଣ ଚିକିତ୍ସିତ ହେଉଛନ୍ତି।

ଆଜି ବି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଡବଲ ସେଞ୍ଚୁରି ହୋଇଛି। ଆଜି ରାଜ୍ୟରେ ଆଜି ଆଉ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨୦୬ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୧୯୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟା ୧୪ ରହିଛନ୍ତି। ‌ଏ ନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ।

୨୦୬ ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୩୬ ଚିହ୍ନଟ ହୋଇଥିବା ବେଳେ ଯାଜପୁର- ୨୮, କୋରାପୁଟ- ୧୮, ଜଗତସିଂହପୁରରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡ଼- ୧୫, ଖୋର୍ଦ୍ଧା ଓ ମୟୂରଭଞ୍ଜରୁ ୭ ଲେଖାଏଁ ଚିହ୍ନଟ ହୋଇଛନ୍ତି। କେନ୍ଦୁଝର- ୬, ଢେଙ୍କାନାଳ ଓ ସମ୍ବଲପୁରରୁ ୪ ଲେଖାଏଁ ଚିହ୍ନଟ ହୋଇଛନ୍ତି।

 

29-bsf-personnel-infected-with-covid-19
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories