ଭୟାବହ ଅଗ୍ନିକାଣ୍ଡ: ଘର ସହିତ ଜଳିଗଲେ ୨୫ ଛେଳି ୪ ଗୋରୁ

ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ୍ ଜୋରାଗଡ଼ିଆ ଗାଁରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସହ ୨୫ଟି ଛେଳି ଓ ୪ଟି ଗୋରୁ ଜଳିଯାଇଛନ୍ତି। ଏଥିସହିତ ଅଗ୍ନିକାଣ୍ଡରେ ଚାରୋଟି ଧାନ ବଦାଡ଼ି ମଧ୍ୟ ପୋଡ଼ି ଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

ଗାଁର ଅମରେନ୍ଦ୍ର ପାଲଙ୍କ ଘରେ ନିଆଁ ଲାଗିଥିବା ଦେଖି ଗାଁ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ ଲାଗିବାର କାରଣ ଜଣା ପଡ଼ି ନାହିଁ।

 

You might also like