୨୮ ଲକ୍ଷ ଟଙ୍କାର ଧଳାଜହର ଜବତ

କଟକ: ୨୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ। କଟକ ପୀରବଜାର ଅଞ୍ଚଳରୁ ବ୍ରାଉନସୁଗାର ଜବତ ହୋଇଛି। ଅବକାରୀ ବିଭାଗର ଚଢ଼ାଉ ବେଳେ ୨୭୫ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ। ଘଟଣାରେ ଜଣେ ଯୁବକକୁ ଗିରଫ କରାଯାଇଛି। ବାଇକରେ ବ୍ରାଉନ୍ ସୁଗାର ଚାଲାଣ ବେଳେ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା।

ଗତ ୨ ତାରିଖରେ ରାଜଧାନୀ ଭୁବନେଶ୍ୱରରୁ ବିପୁଳ ପରିମାଣର ଧଳା ଜହର ଜବତ ହୋଇଥିଲା। କ୍ରାଇମବ୍ରାଞ୍ଚ ଏସଟିଏଫ ଖଣ୍ଡଗିରି ଛକରୁ ଏହାକୁ ଜବତ କରିବା ସହ ୨ ବେପାରୀଙ୍କୁ ଗିରଫ କରିଥିଲା। ଜବତ ବ୍ରାଉନସୁଗରର ଦାମ ୧ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।

ପ୍ରକାଶଥାଉକି, ଦ୍ୱୈତ ନଗରୀରେ ବାଉନସୁଗାର ଚେର ଲମ୍ବିବାରେ ଲାଗିଛି। ଏହା ସହିତ ବେପାରୀମାନଙ୍କ ବିଭିନ୍ନ ରାଜ୍ୟ ସହିତ ଲିଙ୍କ୍ ରହୁଛି। ଲକଡାଉନ କଟକଣା ଯୋଗୁ ଧଡପଗଡ ଟିକେ କୋହଳ ଥିବାରୁ ମାଫିଆମାନେ ଏହି ସମୟରେ ଭିତିରିଆ କାରବାର ଚଳାଉଥିବା ଜଣାଯାଇଛି।

You might also like