ଭୁବନେଶ୍ୱରରୁ ୨୭୭ କରୋନା ଆକ୍ରାନ୍ତ ଚିହ୍ନଟ, ୯୬ ଲୋକାଲ କେସ୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୨୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭୭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୮୧, ଲୋକାଲ୍ କେସ୍ ୯୬ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)।
କେଉଁ ଅଞ୍ଚଳରୁ କେତେ:-
IRC ଭିଲେଜ ଓ ସାମନ୍ତରାପୁରରୁ ୮ ଲେଖାଏଁ, ନୀଳାଦ୍ରି ବିହାର ଓ ଭିଏସ୍ଏସ୍ ନଗର ତାରିଣୀ ବସ୍ତିରୁ ୬ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଆଚାର୍ଯ୍ୟ ବିହାରର ଏକ ସରକାରୀ ଅଫିସର ୬ ଜଣ ଷ୍ଟାଫ୍ ଆକ୍ରାନ୍ତ ହୋଇଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 15th Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/UXtaEQCphH— BMC (@bmcbbsr) August 15, 2020
ସେହିପରି ସାଲିଆ ସାହିରୁ ପୁଣି ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବରଗଡ଼ ବ୍ରିଟ୍ କଲୋନୀ ଓ ବିଡିଏ କଲୋନୀରୁ ୫ ଲେଖାଏଁ, ନୟାପଲ୍ଲୀର ଏକ ହୋଟେଲର ୫ ଜଣ ଷ୍ଟାଫ୍ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ୧୩୩ ଜଣ ସୁସ୍ଥ ହୋଇଛନ୍ତି। ବିଏମ୍ସି ଅଞ୍ଚଳରେ ମୋଟ ସଂକ୍ରମଣ- ୫୧୧୯, ଆକ୍ଟିଭ କେସ୍- ୧୮୩୯, ସୁସ୍ଥ- ୩୨୫୧ ହୋଇଥିବା ବେଳେ ୨୩ ଜଣଙ୍କ ମୃତ୍ୟୁ ହୋଇଛି।