କଟକରେ ୨୭ କରୋନା ଆକ୍ରାନ୍ତ ଚିହ୍ନଟ
କଟକ: କଟକ ମହାନଗର ଅଞ୍ଚଳରେ ଆଉ ୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୦ ଜଣ ସରକାରୀ କ୍ୱାରେଣ୍ଟିନରୁ, ୪ ଜଣ ହୋମ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ, ୩ଟି ଲୋକାଲ କେଶ୍ ସାମ୍ନାକୁ ଆସିଛି।
ଲୋକାଲ କେସ୍ ମଧ୍ୟରୁ ୨ ଜଣ ପୁରୁଣା ରାଉସାପାଟଣାରୁ ଚିହ୍ନଟ ହୋଇଥିବା ବେଳେ ଜଣେ ୫୦ ବର୍ଷୀୟ ମହିଳା ଓ ଜଣେ ୩୦ ବର୍ଷୀୟ ଯୁବକ ବୋଲି ସୂଚନା ମିଳିଛି। ଅନ୍ୟ ଜଣେ ଜୋବ୍ରା ମୁରାଦ ଖାନ୍ ପାଟଣାର ୫୬ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି। ଏହି ଅପ୍ଡେଟ୍ ସହ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୧କୁ ବୃଦ୍ଧି ପାଇଛି। ୧୩୪ ଜଣ ସୁସ୍ଥ ହୋଇଛନ୍ତି, ୭ ଜଣଙ୍କ ଜୀବନ ଯାଇଛି। ଏବଂ ୧୫୦ ଆକ୍ରାନ୍ତ ଏବେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।
ଆଜି ରାଜ୍ୟରେ ୨୩ ଜିଲ୍ଲାରୁ ୫୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ କ୍ୱାରେଣ୍ଟିନ୍ ସେଣ୍ଟରରୁ ହୋଇଥିବା ବେଳେ ୧୮୯ ଲୋକାଲ କଣ୍ଟାକ୍ଟ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ।