ରାୟଗଡ଼ା ରେଳ ଷ୍ଟେସନରୁ ୨୭ଜଣ ଦାଦନ ଶ୍ରମିକ ଉଦ୍ଧାର

ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେସନରୁ ୨୭ଜଣ ଦାଦନ ଶ୍ରମିକଙ୍କୁ ଜିଆର୍‌ପି ଓ ରାୟଗଡ଼ା ପୁଲିସ୍‌ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରୁ  ୭ଜଣ ନାବାଳିକା ଥିବାବେଳେ ୧୮ ଜଣ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି। ବିଳାସପୁର-ତିରୁପତି ଏକ୍ସପ୍ରେସ୍‌ରୁ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।

ଶ୍ରମିକଙ୍କୁ ଚାଲାଣ କରୁଥିବା ଅଭିଯୋଗରେ ପୁଲିସ୍‌ ଜଣେ ମହିଳାଙ୍କ ସମେତ ୫ ଦଲାଲଙ୍କୁ ଅଟକ ରଖିଛି।

ଉଦ୍ଧାର ହୋଇଥିବା ଶ୍ରମିକମାନେ ରାୟଗଡ଼ା ଜିଲ୍ଲାର ମୁନିଗୁଡା ଓ ଚନ୍ଦ୍ରପୁର ଅଞ୍ଚଳର। ଇଟାଭାଟି ଓ ଚିଙ୍ଗୁଡି ଫାର୍ମରେ କାମ କରାଇବାକୁ ସେମାନଙ୍କୁ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିବା ଜଣାପଡ଼ିଛି। ଉଦ୍ଧାର ଶ୍ରମିକଙ୍କୁ ଶ୍ରମ ବିଭାଗକୁ ହସ୍ତାନ୍ତର କରାଯାଇଛି।

You might also like