୨୫ ତାରିଖରେ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ହେବ ରାହୁଲ ଗାନ୍ଧିଙ୍କ ସାଧାରଣ ସଭା

ଭୁବନେଶ୍ୱର :  କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଓଡ଼ିଶା କାର୍ଯ୍ୟକ୍ରମ ନେଇ କଳ୍ପନାଜଳ୍ପନାର ଅନ୍ତ। ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଷ୍ଟାଡିୟମରେ ହେବ ରାହୁଲ ଗାନ୍ଧିଙ୍କ ସାଧାରଣ ସଭା।

ଆସନ୍ତା ୨୫ତାରିଖରେ ସଭା ହେବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି। ରାହୁଲ ୨୫ ତାରିଖ ଦିନ ପୂର୍ବାହ୍ନ ୧୦ଟାରୁ ପ୍ରାୟ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ।

ଏହି ସମୟରେ ସେ ସିଭିଲ୍ ସୋସାଇଟି, ଚାଷୀ ଓ HALର ପ୍ରତିନିଧି ତଥା ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହାସହ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ବକ୍ତବ୍ୟ ରଖିବେ ରାହୁଲ। ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ ଓଡ଼ିଶା କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି।

You might also like