ସୁସ୍ଥ ହେଲେ ୨୫୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୫୧୯ କରୋନାରୁ ସୁସ୍ଥ ହୋଇଛନ୍ତି। ଏଯାବତ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୭୩,୨୩୩କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଜିଲ୍ଲାରୁ କେତେ:-

ଆଜି ହୋଇଥିବା ଆରୋଗ୍ୟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୧୯, ଗଞ୍ଜାମରୁ ୨୧୬, ପୁରୀରୁ ୨୧୦, ରାୟଗଡ଼ାରୁ ୨୦୫, କୋରାପୁଟରୁ ୧୬୯, ମୟୂରଭଞ୍ଜରୁ ୧୫୦, କଟକରୁ ୧୨୯, ବାଲେଶ୍ୱରରୁ ୧୦୦, ନୟାଗଡ଼ରୁ ୯୫, ସମ୍ବଲପୁରରୁ ୮୫, ମାଲକାନଗିରିରୁ ୮୪, ଭଦ୍ରକରୁ ୭୭ ସୁସ୍ଥ ହୋଇଛନ୍ତି।

ସେହିପରି ଢେଙ୍କାନାଳରୁ ୭୬, ନବରଙ୍ଗପୁରରୁ ୫୮, କନ୍ଧମାଳରୁ ୪୮, ବଲାଙ୍ଗିରରୁ ୪୫, ସୁନ୍ଦରଗଡ଼ରୁ ୪୨, ଗଜପତିରୁ ୪୦, କେନ୍ଦ୍ରାପଡ଼ାରୁ ୩୯, ଝାରସୁଗୁଡ଼ା ଓ କେନ୍ଦୁଝରରୁ ୩୮, ସୁବର୍ଣ୍ଣପୁରରୁ ୩୩, ନୂଆପଡ଼ାରୁ ୨୮, ଜଗତସିଂହପୁରରୁ ୨୭, ବରଗଡ଼ରୁ ୨୫ ଓ କଳାହାଣ୍ଡିରୁ ୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ପ୍ରକାଶ ଥାଉକି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଛି। ଗତ ୨୪ ଘଣ୍ଟାରେ ୩,୦୧୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୦୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୬୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୧୪୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

You might also like