ହାତ ଗୋଡ଼ ବାନ୍ଧି ୨୫୦ ଗ୍ରାମ ସୁନା ଲୁଟି ନେଲେ

ଭୁବନେଶ୍ୱର :   ଭୁବନେଶ୍ୱର କାନନବିହାରସ୍ଥିତ ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍‌ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଲୁଟେରା ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲେ। ସେମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ପରିବାର ଲୋକଙ୍କୁ ଭୟଭୀତ କରିଥିଲେ। ଏହାପରେ ସେମାନଙ୍କ ହାତ ଗୋଡ଼ ବାନ୍ଧି ୨୫୦ ଗ୍ରାମର ସୁନା ଅଳଙ୍କାର ଓ ନଗଦ ଟଙ୍କା ମଧ୍ୟ ଲୁଟି ନେଇଥିଲେ।

ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରର ଦାମୀ ଆସବାବପତ୍ର ମଧ୍ୟ ନେଇଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୁଲିସ ଲୁଟେରାଙ୍କ ଟେର ପାଇ ପାରିନି।

You might also like