ହୀରାକୁଦ ଡ୍ୟାମ୍‌ର ୨୫ଟି ଗେଟ୍ ଖୋଲିଲା

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ରୁ ୨୫ଟି ଗେଟ୍ ଖୋଲାଯାଇଛି। ଉପରମୁଣ୍ଡରେ ବର୍ଷା କାରଣରୁ ଏହି ସବୁ ଗେଟ୍ ଖୋଲାଯାଇଛି।

ବୌଦ୍ଧ ଏବଂ ସୋନପୁରରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ମହାନଦୀ ବୌଦ୍ଧ ସହର ନିକଟରେ ସୁଅ କାଟି ଚାଲିଛି। ବନ୍ୟା ପାଣିରେ ସ୍ଥାନୀୟ ହନୁମାନ ମନ୍ଦିର ଅଧା ବୁଡ଼ିଯାଇଛି। ତଳିଆ ଅଞ୍ଚଳ ସାହୁପଡ଼ାର ଅନେକ ଅଞ୍ଚଳ ଜଳମଗ୍ନ ହୋଇସାରିଲାଣି। ଆଉ ସୋନପୁର ପାଖରେ ଉଭୟ ମହାନଦୀ ଓ ତେଲ ନଦୀରେ ସ୍ରୋତ ତୀବ୍ରତର ହୋଇଛି। ବାଉରି ଜୋର ଉପରେ ୧୪ ଫୁଟ ଉଚ୍ଚ ପାଣି ପ୍ରବାହିତ ହେଉଥିବାରୁ ସୋନପୁରରୁ ରେଢାଖୋଲ, ଆଠମଲ୍ଲିକ ଓ ବଉଦକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଆସନ୍ତାକାଲି ସକାଳ ସୁଦ୍ଧା ଏହି ବନ୍ୟାଜଳ ମୁଣ୍ଡଳୀରେ ପ୍ରବାହିତ ହେବ। ମୁଣ୍ଡଳୀ ଦେଇ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ। ଏଥିଯୋଗୁଁ ମହାନଦୀ ଅବବାହିକାର ୧୪ଟି ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଏସବୁ ଜିଲାପାଳଙ୍କୁ ସତର୍କ କରାଯାଇଥିବା ଏସଆରସି ସୁଚନା ଦେଇଛନ୍ତି। ଏନ୍‌ଡିଆର୍‌ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀଙ୍କୁ ସଜାଗ କରାଯାଇଛି।

You might also like