ଆଉ ୨୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇଛି। ଏମାନେ ମଧ୍ୟରେ ଗଂଜାମରୁ ୧୯, ଯାଜପୁର ୩, ବାଲେଶ୍ୱରରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨୨୦ରେ ପହଞ୍ଚିଲା।

ଗଂଜାମରେ ସମୁଦାୟ ୨୯୨ ଜଣ ସଂକ୍ରମିତ ହୋଇଛନ୍ତି। ଏଯାବତ୍ ୪୯ ଜଣ ସୁସ୍ଥ ହୋଇଛନ୍ତି। ଆହୁରି ୨୪୧ ଆକ୍ଟିଭ କେଶ ରହିଛି ଓ ୨ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଯାଜପୁରରେ ୧୨୧ ଜଣ ସଂକ୍ରମିତ ହୋଇଛନ୍ତି। ଏଯାବତ ୫୫ ଜଣ ସୁସ୍ଥ ହୋଇଛନ୍ତି। ଆଉ ୬୬ଟି ଆକ୍ଟିଭ କେଶ ରହିଛି।


ସେହିପରି ବାଲେଶ୍ୱରରେ ୧୧୯ ଜଣ ସଂକ୍ରମିତ ହୋଇଛନ୍ତି। ୨୪ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ଆଉ ୯୫ଟି ଆକ୍ଟିଭ କେଶ ରହିଛି।

ରାଜ୍ୟରେ ପୁଣି ୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୫ ଚିହ୍ନଟ (ମୋଟ-୨୯୨), ଭଦ୍ରକରେ ୨୮(ମୋଟ-୭୪), ବାଲେଶ୍ୱରରେ ୧୭(ମୋଟ-୧୧୯) ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ଜଣେ ଚିହ୍ନଟ (ମୋଟ-୨୭) ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଛି।  ୪ ଜଣଙ୍କ ମୃତ୍ୟୁ ହୋଇଛି।

You might also like