ଆଜି ସାଲେପୁର ବନ୍ଦ

ସାଲେପୁର: ଆଜି ଦିନିକିଆ ସାଲେପୁର ବନ୍ଦ ଡାକରା ଦିଆଯାଇଛି। ସଡ଼କ ସମସ୍ୟା ପ୍ରତି ପ୍ରଶାସନର ଚରମ ଅବହେଳା ଯୋଗୁ ଏହି ବନ୍ଦ ଡାକରା ଦିଆଯାଇଛି।

କଟକ-ଚାନ୍ଦାବାଲି ମୁଖ୍ୟ ରାସ୍ତାର ପ୍ରଶସ୍ତୀକରଣ ଓ ନବୀକରଣ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲା। ଏଥିସହ ସାଲେପୁର କୁଆଁପାଳ ବସଷ୍ଟାଣ୍ଡ ଠାରୁ ଡାକପୋଲ ପର୍ଯ୍ୟନ୍ତ ରାସ୍ତା ନବୀକରଣ ଓ ପ୍ରଶସ୍ତୀକରଣ ପାଇଁ ମଧ୍ୟ ଲୋକେ ଦାବି କରୁଥିଲେ। ତେବେ ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।

ଫଳରେ ଏହାର ପ୍ରତିବାଦ କରି ଆଜି ସାଲେପୁରରେ ବନ୍ଦ ପାଳନ କରାଯାଉଛି। ସାଲେପୁରରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି।

 

You might also like