ଜୟପୁର(ଟି.ଗୌରୀଶଙ୍କର): ହେଲମେଟ ପିନ୍ଧିନଥିବାରୁ ୨୦୧୯ରେ ଯାଇଛି ୨୩୯୭ ଜୀବନ। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଡ଼କ ନିରାପତ୍ତା ବୈଠକରେ ଏହି ସୂଚନା ଦିଆଯାଇଛି। ୨୦୧୯ରେ ମୋଟ ୫୩୩୩ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୧୮ରୁ ୪୫ ବର୍ଷ ଭିତରେ ୬୭% ରହିଛି। ତେବେ ୪୧% ଦୁର୍ଘଟଣା ହେଲମେଟ ନ ପିନ୍ଧିବା ଓ ୬୯% ଦ୍ରୁତ ଗାଡ଼ିଚାଳନାରୁ ହୋଇଛି।

୨୦୧୯ରେ ଚିହ୍ନଟ ବ୍ଲାକ ସ୍ପଟ୍ ମରାମତି ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲଗାତର ଭାବେ ବ୍ଲାକ ସ୍ପଟ ଚିହ୍ନଟ; ଜିଲ୍ଲାସ୍ତରରେ ମରାମତି  କରିବାକୁ ପରାମର୍ଶ ଦିଆଯାଇଛି। ସଚେତନତା କାର୍ଯ୍ୟକ୍ରମ ଜରିଆରେ ଦୁର୍ଘଟଣା କମାଇବାକୁ ପରାମର୍ଶ ଦିଆଯାଇଛି।

ସେପଟେ କୋରାପୁଟ ଜୟପୁରରେ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ନାଁ ରାହୁଲ ପଟ୍ଟନାୟକ। ଏହାପୂର୍ବରୁ ପିଣ୍ଟୁ ଖରା ପ୍ରାଣ ହରାଇଥିଲେ। ସେପଟେ ଲୋକଙ୍କ ଆକ୍ରମଣରେ ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭରଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି।

ଆଜି ସଂଧ୍ୟାରେ ୨୬ ନମ୍ବର ଜାତୀୟ ରାଜପଥ କଡ଼ ଭିଜିଲାନ୍ସ ଅଫିସ ସାମ୍ନାରେ ଦ୍ରୁତ ଗତିରେ ଆସି ଏକ ହାଇୱା ରାହୁଲ ଏବଂ ପିଣ୍ଟୁଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପିଣ୍ଟୁଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଆଉ ଜଣେ ବାଇକ୍ ଆରୋହୀ ରାହୁଲ ପଟ୍ଟନାୟକଙ୍କୁ ଗୁରୁତର ଅବସ୍ଥାରେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ହସ୍ପିଟାଲ୍ ଭର୍ତ୍ତି କରାଯାଇଥିଲା। କିଛି ସମୟ ପରେ ତାଙ୍କର ବି ମୃତ୍ୟୁ ହୋଇଯାଇଛି।

ସେପଟେ ଦୁର୍ଘଟଣା ପରଠୁ ୪ ଘଣ୍ଟାରୁ ଅଧିକ ସମୟ ହେଲାଣି, ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥକୁ ଅବରୋଧ କରି ରଖିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଲୋକେ ରାସ୍ତା ଅବରୋଧ କରିଛନ୍ତି।

Other Stories