ଭୁବନେଶ୍ୱର ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ; ୧୦୫ ଲୋକାଲ କଣ୍ଟାକ୍ଟ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩୭ ମଧ୍ୟରୁ ୧୩୨ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୦୫ ଲୋକାଲ କଣ୍ଟାକ୍ଟ କେସ୍ ରହିଛି।

ସେହିଭଳି ଭୁବନେଶ୍ୱରର ଫରେଷ୍ଟ ପାର୍କ ଅଞ୍ଚଳରୁ ୮, ବଡ଼ଗଡ଼ ବ୍ରିଟ କଲୋନିରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏକ ଘରୋଇ ହସ୍ପିଟାଲରୁ ମଧ୍ୟ ୬ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି।

ଗଙ୍ଗନଗରରୁ ୫, ସାଲିଆସାହିରୁ ୫, ସହିଦନଗରରୁ ୫ ଆକ୍ରାନ୍ତ ଚିହ୍ନଟ। ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ୪, ବମିଖାଲରୁ ୪ ଲୋକାଲ କେସ୍ ଚିହ୍ନଟ ହୋଇଥିବା ନେଇ ବିଏମସ୍‌ ସୂଚନା ଦେଇଛି।

ଅନ୍ୟପଟେ ଆଦି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୯୮୧ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ୧,୯୮୧ ଆକ୍ରାନ୍ତଙ୍କ ମଧ୍ୟରୁ ୧,୨୨୫ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୭୫୬ରହିଛି।

 

ଆହୁରି ପଢ଼ନ୍ତୁ

You might also like