ଖୁବ୍‌ଶୀଘ୍ର ପେଟ୍ରୋଲ ପମ୍ପରେ ଅନଲାଇନ୍ କାରବାର ସ୍ୱାଭାବିକ ହେବ

ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ଅଞ୍ଚଳରେ ତୈଳ ବିକ୍ରି ପ୍ରକ୍ରିୟା ଧରେ ଧୀରେ ସ୍ୱାଭାବିକ ହେଉଛି। ବିଶେଷ କରି ପୁରୀ, ଖୋର୍ଦ୍ଧା ଓ କଟକରେ ପେଟ୍ରୋଲ, ଡିଜେଲ ଓ LPG ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଛନ୍ତି।

ବାତ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷତିଗ୍ରସ୍ତ ୨୩୪ଟି ପେଟ୍ରୋଲ ପମ୍ପରୁ ଆଜି ସୁଦ୍ଧା ୨୩୨ଟି କାର୍ଯ୍ୟକ୍ଷମ ହୋଇଛି। ବାକି ୨ଟି କାଲି କାର୍ଯ୍ୟକ୍ଷମ ହୋଇଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ୮ଟି ମୋବାଇଲ୍ ଟ୍ୟାଙ୍କର ଯୋଗେ ଡିଜେଲ, ପେଟ୍ରୋଲ ବିତରଣ କରାଯାଉଛି।

୮ଟି ସ୍ୱତନ୍ତ୍ର ଗାଡ଼ି ଯୋଗେ ମଧ୍ୟ ତୈଳ ଯୋଗାଣ ବ୍ୟବସ୍ଥା ହୋଇଛି। ଖୁବ୍‌ଶୀଘ୍ର ପେଟ୍ରୋଲ ପମ୍ପରେ ଅନଲାଇନ୍ କାରବାର ମଧ୍ୟ ସ୍ୱାଭାବିକ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ପୁରୀରେ ୩୪, ଭୁବନେଶ୍ୱରରେ ୬୯ ବିତରକଙ୍କୁ LPG ସିଲିଣ୍ଡର ବିକ୍ରି ଦାୟିତ୍ୱ  ଦିଆଯାଇଛି। ସେହିପରି କିରାସିନି ପ୍ରଚୁର ପରିମାଣରେ ମହଜୁଦ୍ ଅଛି, ସରକାର ଚାହିଁଲେ ବାତ୍ୟା ପ୍ରଭାବିତଙ୍କୁ ରିଲିଫ୍ ଆକାରରେ କିରାସିନି ବଣ୍ଟନ କରିପାରିବେ ବୋଲି ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା ପରେ କହିଛନ୍ତି।

ଆହୁରି ପଢ଼ନ୍ତୁ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

You might also like