• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭବାନୀପାଟଣା (ରାଜକୁମାର ସିଂଦେଓ) :  ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କରିଲେ ୨୩ ଜଣ ଓଡ଼ିଆ । ହିମାଳୟର ୧୨,୫୦୦ ଫୁଟ ଉଚ୍ଚତା ଦୟାରା ବୁଗୀୟାଲ ଶୀର୍ଷରେ -୫℃ ରୁ -୧୦℃ ହାଡଭାଙ୍ଗା ଶୀତରେ   ପତାକା ଉତ୍ତୋଳନ କରିଛନ୍ତି। ପ୍ରତିଭା ଅନ୍ୱେଷଣ ସଂସ୍ଥା କଳିଙ୍ଗ ଡେୟାର ଡେଭିଲ୍ସ ଦ୍ୱାରା ଚୟନ ହୋଇଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୩ ଜଣ ପ୍ରତିଭା ହିମାଳୟରେ ପହଞ୍ଚି ତ୍ରିରଙ୍ଗା ଉଡେଇଛନ୍ତି। ମହାମାରୀ ସମୟରେ ଅନବରତ ସେବା ଯୋଗାଇଥିବା ଦେବଦୂତଙ୍କ ଉଦ୍ଦେଶ୍ୟରେ ଏହି ପତାକା ଉତ୍ତୋଳନ କରାଯାଇଛି ।

କଳାହାଣ୍ଡିରୁ ଡ଼. ସତ୍ୟପିର ପ୍ରଧାନ, ନୃସିଂହ ଚରଣ ପଣ୍ଡା, ସ୍ୱରାଜ କୁମାର ରାଉତ, ସୁନ୍ଦର ସାହୁ, କ୍ରିଷ୍ଣା ଭଣ୍ଡାରଘରିଆ, ରେସବ କୁମାର ପାଣିଗ୍ରାହୀ, ସୌମ୍ୟ ରଞ୍ଜନ ରାଉତ, ଠାକୁର ସେନାପତି, ଜ୍ୟୋତିଷ କୁମାର ବଗ, ଯୋଗେଶ୍ୱର ନାଏକ, ବି.ଜେ ରାଜେଶ ଭୋଇ, ମୁରାରି ସାହୁ ଏହି ଟିମରେ ସାମିଲ ହୋଇ ତ୍ରିରଙ୍ଗା ଉଡ଼ାଇଛନ୍ତି।

ସେହିପରି ନୂଆପଡ଼ାରୁ ସଚିନ୍ ବେହେରା, ହିତେଶ୍ କୁମାର ମେହେର, ମଳୟ କୁମାର ମେହେର, ବଲାଙ୍ଗୀରରୁ ଅମନ୍ ଛତ୍ରିଆ, ଘନ ସତନାମୀ, ନୀଳକମଲ ସାହୁ, ଛବିଲାଲ ମେହେର, କନ୍ଧମା ରୁ ସିଦ୍ଧାର୍ଥ କେଶରୀ ପ୍ରଧାନ, ନବରଙ୍ଗପୁରରୁ ପ୍ରଦୀପ ସିଂହା, ରାଉରକେଲାରୁ ବୈଦ୍ୟନାଥ ସିଂହା, ଜଗତସିଂହପୁରରୁ ସାଗର କୁମାର ମଲ୍ଲିକ ପ୍ରମୁଖ ହିମାଳୟର ଆରୋହଣ କରି ଓଡ଼ିଶା ପାଇଁ ଗୌରବ ଅର୍ଜନ କରିଛନ୍ତି।

କଳିଙ୍ଗ ଡେୟାର ଡେଭିଲ୍ସ ଦ୍ୱାରା କରୋନା ମହାମାରୀ ବ୍ୟାପିବା ପୂର୍ବରୁ ସଚେତନତା ନିମନ୍ତେ ଏକ ସାଇକେଲ୍ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ବର୍ତ୍ତମାନ କରୋନା ଯୋଦ୍ଧାମାନଙ୍କୁ ସମର୍ପିତ କରିବା ଉଦ୍ଦେଶ୍ୟରେ ଉତ୍ତରାଖଣ୍ଡ ସ୍ଥିତ ହିମାଳୟର ୧୨,୫୦୦ ଫୁଟ ଉଚ୍ଚତାରୁ ଜାତୀୟ ପତାକା ଉଡେଇଛନ୍ତି ବୋଲି କଳିଙ୍ଗ ଡେୟାର୍ ଡେଭିଲ୍ସର ସଭାପତି ଡ଼. ସତ୍ୟପିର ପଧାନ ସୂଚନା ଦେଇଛନ୍ତି ।

23-odia-mountaineering-enthusiasts-embark-on-himalayas
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories